ରେ ପ୍ରିୟ
ରେ ପ୍ରିୟ
ଚାହିଁଥିଲ କଣେଁଇ କଣେଁଇ
ରେ ପ୍ରିୟ
ତୁମ ଚକ୍ଷୁ ସଂଯୋଗ ରେ ।
ତୁମ ଚାହାଣି ହାସ୍ୟ ଝଲକ୍
ରେ ପ୍ରିୟ
ଭୁଲିବା ସମ୍ଭବ ନୁହେଁ ।
ଲଗେଇ ଦେହେ ପ୍ରେମ ର ରଙ୍ଗ
ରେ ପ୍ରିୟ
ଛଡିବା ସହଜ ନୁହେଁ ।
ମଦିରା ନିଶା ତୁମ ନୟନେ
ରେ ପ୍ରିୟ
ତୁମ ପ୍ରେମେ ବାଇ ହୋଏ ।
ଦିବସେ ଭାବଇ ତୁମକୁ ମୁଁ
ରେ ପ୍ରିୟ
ହୃଦେ ତୁମ ଛବି ମୁହଁ ।
ରାତ୍ରରେ ଆସଇ ସ୍ଵପ୍ନ ହୋଇ
ରେ ପ୍ରିୟ
ନିଇତି ଦେଖା ହୁଅଇ ।
ଦିବସେ ରାତ୍ରେ ହୃଦରେ ତୁମେ
ରେ ପ୍ରିୟ
ପ୍ରେମ ର ଜୁଆର ଉଠେ ।
ଜାଣେନା ତୁମେ ହେବ କି ନାହିଁ
ରେ ପ୍ରିୟ
ଏ ଜନମେ ମୋର ତୁମେ ।
ହୃଦେ କେହି କାଢି ନ ପାରିବେ
ରେ ପ୍ରିୟ
ହୃଦୟେ ସ୍ପନ୍ଦନ ତୁମେ।
ଜୀବନେ କେବେ ଭୁଲିବି ନାହିଁ
ରେ ପ୍ରିୟ
ଭୁଲିବି ମୃତ୍ୟୁ ଆବୋରି ।

