ରେ ହୃଦୟ
ରେ ହୃଦୟ
ରେ ହୃଦୟ ତୁ ବୁଝିନେ,
ସେ ସ୍ୱାଥପର କେଡେ ନିରିଦୟ,
ରେ ମନ ତୁ ଭୁଲିଯା,
ପଥରରେ ଗଢ଼ା ହୃଦୟ ତା।
ମାଟି ସାଥେ ମାଟି ହେଇ,
ଖେଳିଳୁ ହସ ଲୁହର ଖେଳ,
ପିତଳକୁ ସୁନା ଭାବି କଲୁ ନିଜର।
ମରିଚିକାକୁ ନିଜର କରି ,
ମରଣ ନେଲୁ କୋଳେଇ।
ଆପଣାର ଯେତେ ଥିଲେ,
ସଭିଙ୍କୁ କଲୁ ପର।
କିଏ ଡାକିବ ତତେ ମୋ ସୁନା ଧନ,
ସ୍ୱାଥ ପର ସିଏ,
ଦେଇ ଗଲା ଜହର,
ମିଛ ସପନ ଦେଖାଇ କଲା ନିଜର,
ହାତ ଛାଡ଼ି ଗଲା ଦୂର,
ଯାରେ ହୃଦୟ ଯା
ଭୁଲିଯା ଭୁଲିଯା ତାକୁ ।
