Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Inspirational

3  

Satyanarayan Sahoo

Romance Inspirational

ରଦ୍ଦି ସଂଗ୍ରହକାରୀ

ରଦ୍ଦି ସଂଗ୍ରହକାରୀ

1 min
202


ଯେଉଁ ସବୁ ଜିନିଷର 

କରି ବ୍ୟବହାର

ଏଣେତେଣେ ଫୋପଡାଇ 

ଦେଉ କୁଢ କୁଢ ॥


ସ୍ଥାନ ମାନ ହୋଇ ଯାଏ 

ଯା ଯୋଗୁ ଅସନା

ବହୁ ବିଧ ହାନୀକର

ଦୁର୍ଗନ୍ଧ ବାସନା ॥


ତହିଁରୁ ବାହାରି ନିତି

ମିଶେ ପରିବେଶେ

ଏହା ଲାଗି ଅଛି ଏବେ

ସବୁ ଧନୀ ଦେଶେ ॥


ଏଥି ପ୍ରତି କେହି କେବେ

ମନରେ ସୁଚିନ୍ତା

ନ କରେ କେବେ ହେଁ

ସଚେତନ ବାର୍ତ୍ତା ॥


ବୈଜ୍ଞାନିକେ ଖାଲି ସଦା

କରୁଥାନ୍ତି ଦାନ

ପରିବେଶ ପାଇଁ ଯାହା

କ୍ଷତ ଉପାଦାନ ॥


ପୁନଃ ଚକ୍ରଣ ଉପାୟେ 

ତହିଁରୁ ନୂତନ

ଜିନିଷ ତିଆରି କରି

କ୍ଷତିର ପୂରଣ ॥


ଉପାୟ ତ ଆବିଷ୍କାର

କରିଛି ବିଜ୍ଞାନ

ହେଲେ ବି ସମାଜେ କେହି

ସେଥି ପ୍ରତି ଧ୍ୟାନ ॥


ନ ଦିଅନ୍ତି କେହି କେବେ

ହେଲେ କଦାଚନ

ଜରି ପଲିଥିନି ପ୍ରଦୂ-

ଷଣର କାରଣ ॥


ଶିଶୁ ଆଉ ସ୍ତିରୀ ଲୋକେ

ଜରି ଓ ପ୍ଲାଷ୍ଟିକ

ପରି ପରିବେଶର ଯେ

ହାନୀର କାରକ ॥


ଉପାଦାନ ମାନ ଏଣେ 

ତେଣେ ବୁଲି ବୁଲି

ଅବା ଅଳିଆ ଗଦାକୁ

ଯାଇ ବାଛି ବାଛି ॥


ସଂଗ୍ରହ କରି ନେଇଣ

ସାଇତି ରଖନ୍ତି

ପରେ କାବୁଲି ଗୋଦାମେ

ନେଇ ତା ବିକନ୍ତି ॥


ଏସନ ଉପାୟେ ଯେଉଁ

ମାନେ ଚଳୁଛନ୍ତି

ରଦି ସଂଗ୍ରାହକ ବୋଲି

ସେମାନଙ୍କୁ କହି  

ଜୀବନ ଜୀବିକା ତାଙ୍କ

ଅଟେ ଏହି ପରି ॥


ଘର ପରିବାର କାର 

କିଛି ହିଁ ନଥାଏ 

ଜରି ପଲିଥିନ ଟାଣି

ସେ ରାତି ବିତାଏ ॥


ଆବର୍ଜନା ଭରା ସ୍ଥାନେ

ବସତି ନିର୍ମାଣି  

ଦୁଃଖେ ସୁଖେ ଚଳୁ ଥାନ୍ତି 

ଦୁଇ ତିନିଁ ପ୍ରାଣୀ ॥


ଶିକ୍ଷା ‐ଆଲୋକ ରୁ ସେହୁ

ଥାଆନ୍ତି ଦୂରାଇ

ଦୁଃଖ ଓ କାରୁଣ୍ୟ ଭରା

ତାହାଙ୍କ କାହାଣୀ ॥


ଦାରିଦ୍ର୍ୟ ଜର୍ଜର ଜନେ

ଏସନ ଉପାୟେ  

ଚଳୁଥାନ୍ତି ରହି ତଳି

ସହର ବସ୍ତିରେ ॥



Rate this content
Log in

Similar oriya poem from Romance