ରାୟଗଡା - ଏକ ଅଭିଧାନ
ରାୟଗଡା - ଏକ ଅଭିଧାନ


ରାୟଗଡା - ଏକ ଅଭିଧାନ
ମଦାଳାସା ଡଙ୍ଗରିଆଣୀର
ଟଳମଳ ପାଦ
ବୁଝେଇ ଦିଏ ସରଳତାର ଅର୍ଥ,
ଆଉ ଲାଞ୍ଜିଆ ସଉରାର
ମହୁଲି ମଦ ସହ ସମ୍ପର୍କ
ନିବିଡତାର ପରିଭାଷା।
ନାଗାବଳୀ ଆଉ ବଂଶଧାରାର
କଳକଳ ଛଳଛଳ ଜଳରାଶି
ପବିତ୍ରତାର ଅର୍ଥକୁ
ବୋଧଗମ୍ୟ କରେ,
ଆଉ କୁଞ୍ଚୁକୁଞ୍ଚିଆ ନିୟମଗିରିରୁ
ଭାସି ଆସୁଥିବା ସରଗି ଫୁଲର ବାସ୍ନା
ଜୀବନ ସହ ଜୀବିକାକୁ
ସରଳ ଭାଷାରେ ବୁଝେଇବା ପାଇଁ
ଅନେକାଂଶରେ ସକ୍ଷମ।
ସଂସ୍କୃତିର ଅର୍ଥ ମିଳେ
ଆମ ମେରିଆ ପୂଜାରୁ
ଆମ ଢେମସା ନାଚରୁ,
ସମୃଦ୍ଧିର ଅର୍ଥ ମିଳେ
ଜେ.କେ. ର କାଗଜ ଆଉ
ଥେରୁବାଲିର ଫେରୋକ୍ରୋମରୁ।
ସର୍ବଧର୍ମ ସମନ୍ଵୟର
ଅନେକ ଦୃଷ୍ଟାନ୍ତ
ଆମ ଏ ରାୟଗଡାରେ ଠୁଳ।
ଚାଟିକଣା ଆଉ ମିନାଝୋଲାର ଶୈବ ପୀଠ,
ସଦର ମହକୁମାର ମଝିଘରିଆଣୀ
ଆଉ ଥେରୁବାଲିର ଲକ୍ଷ୍ମୀ ନାରାୟଣ
ଶୈବ ଶାକ୍ତ ଓ ବୈଷ୍ଣବ ପରମ୍ପରାର
ଜ୍ୱଳନ୍ତ ଉଦାହରଣ।
ରାୟଗଡା ଏକ ଜିଲ୍ଲା ନୁହଁ;
ଅନେକ ଜଟିଳ ଶବ୍ଦର ସରଳ ସମାଧାନ,
ଏହା ଏକ ଅଭିଧାନ।