STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ରାତି ପାହିଲାଣି

ରାତି ପାହିଲାଣି

1 min
192


ରାତି ପାହିଲାଣି  କୁଆ ରାବିଲେଣି

     ଦିବସ ହୁଏ ଉଜ୍ଜ୍ୱଳ

ବନ ଉପବନ   ମଣ୍ଡିତ କୁସୁମେ

   ପ୍ରଜାପତି ମାଳ ମାଳ।

ମଧୂମକ୍ଷିକାଙ୍କ   ଗୁଞ୍ଜନ ଶୁଭୁଛି

   ଫୁଲରୁ ମଧୁ ସଂଗ୍ରହେ

ନିଳୀମା ଆକାଶ  ପାହାଡ଼ ପର୍ବତ

  ସୂର୍ଯ୍ଯାଲୋକେ ଅତିଶୋହେ।

ଗିରି ନିର୍ଝରିଣୀ    କଳ କଳ ଗାନ

    ପଥିକେ ଭୁଲାଏ ବାଟ

ବୃକ୍ଷ ଛାଇ ତଳେ ଥକ୍କା ମାରିଥାଏ

   ଦେଖ ଦେଖ ଏହି ନାଟ।

ଗାଆଁଠୁ ସହର   ପ୍ରତି ଜନ ପଦେ

    ଉଛୁଳେ ଜୀବନ ନଈ

ସକାଳ ପହରୁ   ସଂଜ ପର୍ଯ୍ୟନ୍ତ     

    ନିତି ନିତି ଯାଏ ବହି।

ଅସଂଖ୍ୟ କରମ   ଅସଂଖ୍ୟ ଚିତ୍ରଣ

    ଚିତ୍ରକର ଏକା ଜଣେ

ତା ପରି କେ ନାହିଁ  ବିଚିତ୍ର ବିନ୍ଧାଣୀ

   ଏଇ ବିଶ୍ଵ ଏ ଭୂବନେ।

ଆସ ହେ ସକଳ   କରିବା ତାହାଙ୍କୁ

     ହୃଦୟରୁ ପ୍ରଣିପାତ

ଅଲେଖ ବ୍ରହ୍ମ ସେ  ଭୁବନ ପାଳକ

   ଆମ ପ୍ରଭୁ ଜଗନ୍ନାଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action