Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Action

4  

Niranjan Mishra

Action

ଆମ ମାତୃଭାଷା

ଆମ ମାତୃଭାଷା

1 min
256



ଆମ ମାତୃଭାଷା ଓଡିଆ ବଢିଆ

ସ୍ବତନ୍ତ୍ର ଭାଷା ଏ ଆମ ।

ବଢାଇବା ତା'ର ମାନ ସନମାନ

ଆମର ଏ ମୁଖ୍ୟ କାମ ।୧।

କେତେ ଦୁର୍ଦ୍ଦିନ ଦେଇ ଗତିକରି

ସ୍ବତନ୍ତ୍ର ମାନ୍ଯତା ପାଇ ।

ପ୍ରଗତି ପଥରେ ଚାଲିଛି ଆଗେଇ

ସଭିଙ୍କୁ ସରାଗ ଦେଇ ।୨।

ମାଆଟିଏ ପରି ମମତା ଦେଉଛି

ସ୍ବ ମାତୃଭାଷା ଆମର ।

ଆମରି ହାତରେ ତାହାର ସୁରକ୍ଷା

ଆମେ ତ ସଭିଏଁ ତା'ର ।୩।

ଅପସଂସ୍କୃତିର ଶିକାର ହୋଇଛି

ଆମ ମାତୃଭାଷା ଆଜି ।

ଆସ ଆମେ ତା'ର ସୁରକ୍ଷା କରିବା

ସୁରକ୍ଷା ବାହିନୀ ସାଜି । ୪।

ଯୁଗେ ଯୁଗେ ଆମ ମାତୃଭାଷାର

ହେଉଥିବ ଜୟଗାନ ।

ଗରବରେ ଆମେ କହିବା ଆମର

ମାତୃଭାଷା ମହୀୟାନ ।୫।

ଏକ ମନ ଏକ ପ୍ରାଣ ହୋଇ ଆସ

ଜାଗ୍ରତ କରି ବିବେକ ।

ଉତ୍କଳ ବାସୀଏ ରଖିବା ଆମର

ମାତୃଭାଷାର ଟେକ ।୬।



Rate this content
Log in