STORYMIRROR

DR SAMIR RANJAN BEHERA

Tragedy Inspirational

3  

DR SAMIR RANJAN BEHERA

Tragedy Inspirational

ରାତାରାତି ଷ୍ଟାର

ରାତାରାତି ଷ୍ଟାର

1 min
170


   ଶୁଣ ଭାଇ ଶୁଣ 

   ଆଜିର ଯୁଗ ରେ ଷ୍ଟାର ହେବା ପାଇଁ 

   ଦନାର ମାଝୀ କାହାଣୀ ଶୁଣ.... 

   ଗରିବ ଲୋକ ଟେ ଦାନାର 

   ଓଳିଏ ଖଟିଲେ ଓଳିଏ ଖାଏ 

   ଘରେ ତା ଭାରିଜା ଆଉ ତିନି ଝିଅ ରହେ 

   ଭାରିଜା ର ଦେହ ଖରାପ ହେଲା 

    ଭବାନୀପାଟଣା ଜିଲ୍ଲା ହସ୍ପିଟାଲ ରେ 

    ଚିକିତ୍ସିତ ପାଇଁ ଭର୍ତ୍ତିହେଲା 

   ଆଉ ଟିବି ରୋଗ ବୋଲି ଜଣା ପଡିଲା 

    ହେଲେ ବିଧିର ବିଧାନ 

    ବିଚରା ଦନାର ଭାରିଜା ମରିଗଲା ll


    ଶବ ନେବା ପାଇଁ ଦନାର ମାଝୀ 

    ଗାଡ଼ିଟିଏ ପାଇଁ ଗୁହାରୀ କଲା 

     କେହି ତା କଥା ନ ଶୁଣିଲେ 

     ଗାଡି ଦେବା ପାଇଁ ମନା କଲେ 

     ଶେଷରେ ବିଚରା ଦନାର ମହାନ୍ତି 

    ସ୍ତ୍ରୀ ଶବ ଟିକୁ କାନ୍ଧରେ ବୋହିଲେ 

     ଓ ଫାଙ୍କା ରାସ୍ତାରେ ଚାଲିଲେ ଚାଲିଲେ ll


   ମିଡ଼ିଆ କାହୁଁ ଖବର ପାଇଲେ 

   ସଂଗେ ସଂଗେ ଦନାର କୁ ଘେରିଣଗଲେ 

   ବିଭିହ୍ନ ପ୍ରଶ୍ନ ମାଡ଼କଲେ 

   ବଦାନ୍ୟ ଦେଖେଇ ଗାଡି ଟିଏ କରି 

   ଘରକୁ ତ ପଠେଇଦେଲେ   

    କିନ୍ତୁ ଏହି ଖବର କୁ

    ରାତାରାତି ଭାଇରଲ କରିଦେଲେ ll


   ବିରୋଧୀ ଦଳ ତାତିଗଲେ 

   ଏ ନ୍ୟୁଜ ର ଫାଇଦା ନେଲେ 

  ଆଉ କିଛି ବଦାନ୍ୟ ଦେଖେଇ 

  ଲୋକପ୍ରିୟତା ହାସଲ ରେ ଲଗିଗଲେ 

  ଦନା ମାଝୀ ପ୍ରତି ବଦାନ୍ୟତା ର ସୁଅ ଛୁଟିଲା 

  ଗରିବ ଦନା ରାତାରାତି ଲକ୍ଷପତି ପାଲଟିଗଲା 

  ଆଉ ସାରା ଓଡିଶା ରେ ଷ୍ଟାର ହେଇଗଲା ll


   ଏଇ ହେଲା ଭାଇ ଦୁନିଆ 

   ଏଠି ମିଡ଼ିଆ କରେ କିମିଆ 

   ମିଡ଼ିଆ ଧର 

   କିଛି ଆଖିଦୃଶିଆ କର 

   ଭିଡିଓ କର 

   ତାକୁ ସୋସିଆଲ ମିଡ଼ିଆ ରେ ଭାଇରଲ କାର 

   ତେବେ ଯାଇ ତମେ ଷ୍ଟାର ହେଇ ପାର

   ଏଠି ବିନା ଭେକରେ ଭିକ ମିଳେନି 

    ଏଇ କଥା ଜାଣିଥାଅ ରେ ମାନ୍ୟବର  ll

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy