STORYMIRROR

Jagannath Das

Abstract

4  

Jagannath Das

Abstract

ରାମଂକ ରମ୍ୟତା

ରାମଂକ ରମ୍ୟତା

1 min
99


ରାମଂକ ରମ୍ୟତା ଭକ୍ତେ ଶୁଣ

ଜୀବନ ଥିଲା ପୂର୍ଣ୍ଣ ଭ୍ରମଣ

ବିବାହର ପରଦିନ ଠାରୁ

ବଣର ବୁଲିଲେ ଯାଇ ଘରୁ...


ଘରୁ ବାହାରି ସେ ଘୁରୁଘୁରୁ

ଭାଇ, ସ୍ତ୍ରୀ ଦ୍ବୟଙ୍କୁ ଧରି ଭୋରୁ

ଶ୍ରବଣେ ଶୁଭିଲା ଡାକ ଯୋର

ଆରମ୍ଭ ହୋଇଲା ନାଟ ସୁରୁ


ସୁବର୍ଣ୍ଣ ହରିଣ ନେତ୍ରେ ଦେଖିଲେ

ସ୍ତ୍ରୀକୁ ନେଇକି ଦେଖେଇ ଦେଲେ

ଦେଖୁ ଦେଖୁ ସ୍ତ୍ରୀ କହିଲା ଶୁଣ

ଧରିଆଣ ଯାଇ ଶୀଘ୍ର ମୋ ରାଣ


ରାଣ ପକାନ୍ତେ ରାମ ଧାଇଁଲେ ଯାଣ

ନିର୍ବୁଦ୍ଧି ତାଂକର ଭାବେ ସୁନା ହରିଣ

ସୁନାର ହରିଣ ଅଛିନା ଭାଇ

ଭଗବାନ ହୋଇ ଯାଣିଲେ ନାହିଁ


ମୁଁ ଭାବୁଛି ଏହା ରାମ ରମ୍ୟତା

ଆରମ୍ଭିଲା ରାମାୟଣ ସଂହିତା

ସୁନାର ହରିଣ ପାଇଁ ଏ କଥା

କଥା କୁହା ପଶୁ କଲା ହିନସ୍ଥା


ମାଇପ କଥାରେ ଚାଲିଲେ ସାଇଁ

ଭୋଗିଲେ କଷ୍ଟ ଏଇଥି ପାଇଁ

ସୁନା ରୁପା ରଂଗ ଜୀବର କାଇଁ

ଭଗବାନ ହେଇକି ଯାଣିଲେ ନାହି୍ଁ


ସାରା ଜୀବନ କୁ ଦହିଣ ଦେଲେ

ସ୍ତ୍ରୀସୁଖ ଜିବନେ ନାଇଁ ପାଇଲେ

ଜୀବନେ ଲୁଚାଇ ମୁହଁ କାନ୍ଦିଲେ

ରମ୍ୟତାରେ ରାମ ପ୍ରଚାର ହେଲେ ।।


Rate this content
Log in

Similar oriya poem from Abstract