STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ରାମନବମୀ

ରାମନବମୀ

1 min
227


ଚୈତ୍ରମାସରେ ହିଁ ନବରାତ୍ର ଶେଷେ


ପର୍ବ ରାମନବମୀର 


ପବିତ୍ର ଆତ୍ମାଟିରାମ ପ୍ରଭୁରୂପେ


ମହି ପରେ ଅବତାର।୧।


ରାମନବମୀରେ ରାମଙ୍କ ଜନ୍ମଟି


ଶାସ୍ତ୍ରରେ ପ୍ରମାଣ ଅଛି,


ଦେଶର ଜନତା ଖୁସି ଆନନ୍ଦରେ


ରାମଙ୍କ ପୂଜା କରୁଛି।୨।


ଚାରି ଆଡ଼େ ଆଜି ଖୁସିର ଲହରୀ


ପ୍ରମାତ୍ମାଙ୍କ ପୂଜା ହୁଏ,


ସମଭାବ ମନ୍ତ୍ର ହୄଦୟେ ଧରିଣ


ପ୍ରଭୁଙ୍କର ପୂଜା ହୁଏ।୩।


ରାମ ନାମ ମନ୍ତ୍ର ଚତୁର୍ଦୀଗେ ଗୁଞ୍ଜେ


ପ୍ରଭୁ ଆଗମନ ଆଜି,


ପ୍ରେମ ଭକ୍ତି ଶ୍ରଦ୍ଧା ଅଜାଡି ଦେବେଟି


ପ୍ରଭୁଙ୍କର ପୂଜା ଆଜି।୪।


ହାର୍ଦ୍ଦିକ ଶୁଭେଚ୍ଛା ଆଭିନନ୍ଦନଟି 


ଦେଶବାସୀଙ୍କୁଟି ମୋର,


ବିଛିନ୍ନାଚଳରୁ ଶୁଭକାମନାଟି


ଭାଇ ଭଉଣୀଙ୍କୁ ମୋର।୫।


ଆଶା ରଖିଅଛି ପ୍ରଭୁଙ୍କ ନିକଟେ


କରୋନା ହେଉଟି ଦୂର,


ରାମ ନାମ ଶବ୍ଦେ ଦୂର ହୋଇ ଯିବ


ନରହିବ କଷ୍ଟ କାର।୬।


ମର୍ଯ୍ୟାଦା ପୁରୁଷ କରୁଣ କରିବେ


ହେବ ସମ୍ପନ୍ନ ଏ ଦେଶ,


ତାଙ୍କରି ଭକ୍ତିରେ ଶକ୍ତିଶାଳୀ ହେବ


ନରହିବ କାର କ୍ଳେସ।୭।


ଚୈତ୍ରମାସରେ ହିଁ ନବରାତ୍ର ଶେଷ


ପର୍ବ ରାମନବମୀର,


ପବିତ୍ର ଆତ୍ମାଟିରାମ ପ୍ରଭୁରୂପେ


ମହି ପରେ ଅବତାର।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational