STORYMIRROR

Trushna Das

Inspirational

3  

Trushna Das

Inspirational

ରାମାୟଣରୁ ପଦେ

ରାମାୟଣରୁ ପଦେ

1 min
226

ସମ୍ପର୍କର ମୂଲ୍ୟ ବୁଝିବା ଅଛି ତ

ରାମାୟଣ ପଢ଼ 

ପିତୃଭକ୍ତି, ଭାତୃଭକ୍ତି, ସ୍ୱାମୀ ସ୍ତ୍ରୀ ସମ୍ପର୍କ 

ଆଦି ଜାଣିବାକୁ ମିଳିବ

ଅନେକ ଶିକ୍ଷଣୀୟ ତଥ୍ୟ।।


ପ୍ରଭୁ ରାମଚନ୍ଦ୍ରଙ୍କ ପିତୃ ଭକ୍ତି ଥିଲା ଏମିତି 

ଚଉଦ ବର୍ଷ ବନବାସ କଟାଇ ଥିଲେ ପିତୃ ଦଶରଥଙ୍କ ବଚନ ପାଳିବାକୁ ଯାଇ 

ନାନା ପ୍ରକାରର କଷ୍ଟ ଦୁଃଖ କଷ୍ଟ ସହି

ଏମିତିକି ଯୁଦ୍ଧ ମଧ୍ୟ କରିବାକୁ ପଡିଥିଲା ତାଙ୍କୁ ସୀତାଙ୍କୁ ପାଇବାକୁ ଯାଇ।।


ଲକ୍ଷ୍ମଣ ଓ ଭରତଙ୍କ ଭାତୃ ଭକ୍ତି

ନାହିଁ ଏ ଯୁଗେ କେଉଁଠି 

ଲକ୍ଷ୍ମଣ ଭାଇ ରାମଚନ୍ଦ୍ରଙ୍କ ସହ ରିହିବା ପାଇଁ 

ଯାଇ ରହିଥିଲେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ସହ ଘର ସଂସାର ଛାଡି 

ଭରତଙ୍କ ଭାତୃ ଭକ୍ତି ଥିଲା ଏମିତି 

ରାଜଭୋଗ ଛାଡି଼ ସେ ସିଂହାସନ ସମ୍ଭାଳି ଥିଲେ ରାମଚନ୍ଦ୍ରଙ୍କ ପ୍ରତିନିଧି ଭାବେ ରହି।।


ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତାଙ୍କ ଯୋଡ଼ି 

ବିଶ୍ୱରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କର ପ୍ରତୀକ ସାଜିଛି 

ସେମାନଙ୍କ ମଧ୍ୟରେ ପ୍ରେମ ଥିଲା ଦୃଢ ଏତେ

ଅଲଗା ରହିଥିଲେ ମଧ୍ୟ ପରସ୍ପର ପାଇଁ ହିଁ ବଞ୍ଚିଥିଲେ।।


ରାବଣ ଦାନବ ହୋଇ ଥିଲେ ମଧ୍ୟ

ସୀତାଙ୍କୁ ଅପହରଣ କରି ଥିଲେ ସତ

ହେଲେ ସେ ଥିଲେ ମହା ଜ୍ଞାନୀ ବିଶ୍ୱର

ସେ କେବେ ଉଲଘଂନ କରି ନ ଥିଲେ ମର୍ଯ୍ୟାଦା ନିଜ ପରୁଷତ୍ୱର

ସୀତାଙ୍କ ଚରିତ୍ରକୁ ସେ କେବେ କରି ନ ଥିଲେ କଳଙ୍କିତ

ହେଲେ ସେ ହାରି ଯାଇ ଥିଲେ ଯୁଦ୍ଧ 

କେବଳ ନିଜ ଗର୍ବ ଓ ଅହଙ୍କାର ପାଇଁ ଏବଂ ଆପଣାଇ ଅଧର୍ମ ପଥ।।


ହନୁମାନ ଥିଲେ ପ୍ରଭୁ ରାମଚନ୍ଦ୍ରଙ୍କ ସବୁଠାରୁ ବଡ ଭକ୍ତ

ତାଙ୍କ ସମ୍ପର୍କ ହେଉଛି ଭକ୍ତ ଓ ଭଗବାନଙ୍କ ପ୍ରତୀକ 

ମାତା ସୀତାଙ୍କୁ ବଞ୍ଚାଇବା ପାଇଁ କରିଥିଲେ ଲଙ୍କା ଦହନ 

ରାମ ନାମ କରୁଥିଲେ ସେ ନିତି ଜପ।।


ରାମାୟଣରୁ ଆମେ ପାଇ ଥାଉ ଅନେକ ଶିକ୍ଷା

ରାମାୟଣରୁ ହିଁ ଜାଣିବାକୁ ମିଳିଲା

ନାରୀକୁ ସବୁବେଳେ ଦେବା ପଡେ ଅଗ୍ନି ପରୀକ୍ଷା 

ଜାଣିବାକୁ ମିଳେ ପରିମାଣ ଗୃହ ଶତ୍ରୁତାର ଓ ମିତ୍ରତାର ପରିଭାଷା

ଚାଲ ରାମାୟଣକୁ ପ୍ରତିଦିନ ପଠନ କରିବା

ଶିଖିବା ନୀତି ଶିକ୍ଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational