Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

3  

Pratima Satpathy

Classics

ରାମାୟଣରେ ଜନକ ମହର୍ଷି

ରାମାୟଣରେ ଜନକ ମହର୍ଷି

1 min
175



ମିଥିଳା ନରେଶ ନାମ ଯେ ଜନକ

   ପ୍ରଜା ବତ୍ସଳ ଅଟନ୍ତି

ପୁତ୍ର ପରି ପ୍ରଜା ମାନଙ୍କୁ ସୁଖରେ

    ପାଳନ କରିଥାଆନ୍ତି।

ସ୍ଵୟଂଭୂ ସମ୍ଭୂତା ମହାସତୀ ସୀତା

    ଯାହାଙ୍କରଟି ଦୁହିତା

ବିଦେହ ନଗରୀ ମହାରାଜା ପୁଣି

    ଅଟନ୍ତି ସେ ବ୍ରହ୍ମବେତ୍ତା।

କେତେ ପୁଣ୍ୟ ବଳେ ଧରିଲେ ସେ କୋଳେ

     ପୂତ୍ରୀ ରୂପେ ମହାଲକ୍ଷ୍ମୀ

ରାଜାରୁ ପୁଣି ସେ ମହର୍ଷି ହୋଇଲେ

    ଅତିନ୍ଦ୍ରୀୟ ବିଦ୍ୟା ସାଧି।

ଦିନେ ରାତିରେ ସେ ଦେଖିଲେ ସପନ

    ଭିକାରୀ ଟିଏ ସେ ହୋଇ

ଛିଣ୍ଡା ଲୁଗା ପିନ୍ଧି ଭିକ୍ଷା ମାଗୁଛନ୍ତି

    ଦୁଆର ଦୁଆର ଯାଇଁ।

ନିଦ ଭାଙ୍ଗିଗଲା କିନ୍ତୁ ସ୍ଵପ୍ନ କଥା

   ମନୁ ଭୁଲି ପାରିଲେନି

ସଭାରେ ପାରିଷଦ ମାନଙ୍କୁ ପୁଚ୍ଛି 

   ଉତ୍ତରେ ମନ ବୁଝେନି।

ବ୍ରହ୍ମ ବେତ୍ତା ଅଷ୍ଟବକ୍ରମହର୍ଷି ଙ୍କୁ

    ରାଜ ସଭାକୁ ଡାକିଲେ

ତାଙ୍କ ଠାରୁ ସଠିକ୍ ଉତ୍ତର ପାଇ

     ଚେତନା ଶକ୍ତି ପାଇଲେ।

ଜ୍ଞାନ ପ୍ରାପ୍ତି ପରେ ମୋହ ଭାଙ୍ଗି ଗଲା

    ସିଦ୍ଧି ପ୍ରାପ୍ତ ହୋଇ ଗଲେ

ନୀର୍ଲିପ୍ତ ଭାବରେ କର୍ମ କରିଗଲେ

     ଜଗତେ କୀର୍ତ୍ତି ରଖିଲେ।

ଶିବଧନୁ ଦେଇଥିଲେ ପର୍ଶୁରାମ

    ପୁଜା କରୁଥିଲେ ନିତି

ଧନୁ କୁ ଯିଏ ଆସି ଭାଙ୍ଗିବ ତାକୁ

    ବିବାହ ଦେବେଯେ ପୂତ୍ରି।

ପ୍ରଭୂ ରାମଚନ୍ଦ୍ର ସେ ଧନୁ ଭାଙ୍ଗିଲେ

    ବିଭା ହେଲେ ସୀତା ସତି

ଅନ୍ୟ ତିନି ଝିଅ ତିନି ଭାଇଙ୍କୁ ଯେ

    ବିଭା ଦେଲେ ନରପତି।

ରାଜର୍ଷୀ ରୁ ପୁଣି ବ୍ରହ୍ମର୍ଷି ହୋଇଲେ

     ନୀତି ନିୟମକୁ ମାନି

ତତ୍ଵଦର୍ଶି ରାଜା, ସହିଷ୍ଣୁତା ବଳେ

    ହୋଇଗଲେ ମହା ଜ୍ଞାନୀ।

ଗୃହସ୍ଥ ଧର୍ମକୁ ପାଳନ କରନ୍ତି

    ପାଶରେ ବସାଇ ପତ୍ନୀ

ଯଜ୍ଞ ମଣ୍ଡପରେ ନିର୍ଲିପ୍ତ ଚିତ୍ତରେ

    ଦିଅନ୍ତି ଘୃତ ଆହୁତି।

ମାୟା ମୋହ ଛାଡ଼ି ନିଷ୍କାମ କର୍ମରେ

    ସଦା ରଖିଥିଲେ ମତି

ତାଙ୍କ ପରି ଏତେ ଜ୍ଞାନୀ ଗୁଣୀ ରାଜା

    ମହୀ ମଣ୍ଡଳେ ନାହାନ୍ତି।


Rate this content
Log in

Similar oriya poem from Classics