STORYMIRROR

Kamalini Panigrahi

Inspirational

4  

Kamalini Panigrahi

Inspirational

ରାମାୟଣ କଥା

ରାମାୟଣ କଥା

1 min
363

ଆଦ୍ୟ ଗ୍ରନ୍ଥ ଅଟେ ରାମାୟଣ କଥା

       ମହାନ୍ ସେ ତ୍ୟାଗ ବାର୍ତ୍ତା

ଏକୁ ଯେ ଆରେକ ସେ ଚରିତ୍ର ମାନ

       ସମ୍ପର୍କର ଦୃଢ ସୂତା।


ପୂଣ୍ୟତୋୟା ନଦୀ ସରଜୁ କୂଳରେ

       ଥିଲାଯେଉଁ ଶ୍ରେଷ୍ଠରାଜ୍ୟ

ଲୋଭ,ମୋହତ୍ୟାଗ ଆତ୍ମୀୟତା ପୂର୍ଣ୍ଣ

       ରକ୍ତପାତ ଥିଲା ତେଜ୍ୟ।


ଅଯୋଧ୍ୟା ତାନାମ ରଘୁବଂଶ ଧାମ

       ବିଚ୍ୟୁତ କ୍ରୋଧ,ହିଂସାର

ସ୍ଵର୍ଗଠୁ ସୁନ୍ଦର ପ୍ରକୃତିର ଘର

         ଅବତୀର୍ଣ୍ଣ ରଘୁବୀର।


ଅଯୋଧ୍ୟା ରାଜନ ଦଶରଥଙ୍କର

      ପ୍ରଥମ ପୁତ୍ର ଭାବରେ

କୌଶଲ୍ୟା ମାତାଙ୍କ କୋଳରୁ ଜନ୍ମିଲେ

       ବିଷ୍ଣୁ ଯେ ଏହି ରୂପରେ।


ରୁଷ୍ୟସୃଙ୍ଗ ମୁନୀ କାମେଷ୍ଟି ଯଜ୍ଞରେ

        ଅପୁତ୍ରିକ ଦଶରଥ

ଚାରୋଟି ପୁତ୍ରଙ୍କ ଜନକ ହୋଇଲେ

       ପୁରାକରି ମନୋରଥ।


କୌଶଲ୍ୟା ଗର୍ଭରୁ ପ୍ରଭୁ ରାମଚନ୍ଦ୍ର

      କୈକେୟୀ କୋଳେ ଭରତ

ସୁମିତ୍ରା ଗର୍ଭ ରୁ ଲକ୍ଷ୍ମଣ, ଶତ୍ରୁଘ୍ନ 

       ଜାତ ହେଲେ ଦୁଇ ସୁତ।


ମାନବ ରୂପରେ ଜନ୍ମିଲେ ଯେ ବିଷ୍ଣୁ

       ପାପର ବିନାଶ ପାଇଁ

ସୁଦର୍ଶନ ,ଶେଷ ନାଗ ଜନମିଲେ

       ଲକ୍ଷ୍ମଣ,ଶତ୍ରୁଘ୍ନ ହୋଇ।


ରାମ ଯାର ନାମ ନିନ୍ଦେ କୋଟିକାମ

        ଇନ୍ଦ୍ରନୀଳମଣୀ ଶୋଭା

ନବ ଦୂର୍ବାଦଳ ଶ୍ୟାମଳ ଶରୀର

      ନବଘନେ ଶୋହେ ଆଭା।


ଚନ୍ଦ୍ରକଳା ପରି ବଢ଼ିଲେ କୁମର

      ଭାତୃପ୍ରେମ ନିଦର୍ଶନ

ଅମାପ ଭକତି ହୃଦୟରେ ପ୍ରୀତି

      ଏକ ଆତ୍ମାର ମିଳନ।


ଶ୍ରୀରାମଙ୍କ ଜନ୍ମ ଆଦର୍ଶ ଉତ୍ତମ

       କର୍ତ୍ତବ୍ୟର ସିଦ୍ଧଯୋଗୀ 

ତ୍ୟାଗ ମହାମନ୍ତ୍ରେ ଦୀକ୍ଷିତ ପରାଣ

       ନୁହନ୍ତି ସେ ବସ୍ତୁଭୋଗୀ।


ରାମାୟଣ ଗ୍ରନ୍ଥ ଜୀବନର ମନ୍ତ୍ର

       ମାନିଲେ ସାର୍ଥକ ହେବ

ଆସିବନି ଲୋଭ,ମୋହ ଓ ଆସକ୍ତି

        ଭାତୃଭାବ ସୃଷ୍ଟିହେବ।


ଶିବ ଧନୁ ଭାଙ୍ଗି ଜିତିଲେ ଯେ ରାମ

        ମିଥିଳା ଜନକ ସୁତା

ବାମାଙ୍ଗୀ ମୂରତୀ ସାଜିଲେ ପ୍ରଭୁଙ୍କ  

       ସେ ରାଜନନ୍ଦିନୀ ସୀତା।


ଦାସୀ ମନ୍ଥରା ଯେ ଚତୁରୀ ଅତ୍ୟନ୍ତ

        ଫାସକୁ ରଚନା କଲା

କପଟ କରିଣ କୈକେୟୀ ମନରେ

       ରାଜ୍ୟର ବିଷ ଭରିଲା ।


ପ୍ରତିଜ୍ଞାବଦ୍ଧ ଦଶରଥେ କୈକେୟୀ

        ମାଗିନେଲେ ଦୁଇ ବର

ଭରତ ହୋଇବେ ରାଜ୍ୟ ଅଭିଷେକ

       ବନଯିବେ ରଘୁବୀର।


ପିତୃସତ୍ୟ ପାଳି ଚଉଦ ବରଷ

       ବରିନେଲେ ବନବାସ

ସେ ରଘୁ ନନ୍ଦନ ଦଶରଥ ସୁତ

      ମନେନଥିଲା ଯେ ତ୍ରାସ।


ମନୁଷ୍ୟତ୍ଵର ସେ ଜୀବନ୍ତ ପ୍ରତୀକ

        ସତ୍ୟ ପଥ ପ୍ରଦର୍ଶକ

ତ୍ୟାଗ,ବଳିଦାନେ ମୂର୍ତ୍ତିମନ୍ତ ଥିଲେ

        ଜାଜୁଲ୍ୟମାନ ଶାସକ।


ଯୌବନ ସମ୍ପତ୍ତି,ଧନ ଓ ପ୍ରଭୂତ୍ଵ

        ଥାଇ ମଧ୍ୟ ଅହଂ ମୁକ୍ତ

ଜୀବନ ର ସଂଜ୍ଞା ସମାଜେ ଶିଖାଇ

      ତ୍ୟାଗୀହେଲେ ପିତୃଭକ୍ତ।


ବିବେକ ବୁଦ୍ଧିର ଅସୀମ ମାଧୂର୍ଯ୍ଯ

      କରି ଚାତୁରୀ ପ୍ରୟୋଗ

ବୀରତ୍ୱ ଓ ନମ୍ରତା ର ମୂର୍ତ୍ତୀମନ୍ତ

      ସତେ ଅପୂର୍ବ ସଂଯୋଗ।


ପ୍ରତିଟି ସମ୍ପର୍କ ନିୟନ୍ତ୍ରିତ କରି

       ଦେଉଥିଲେ ସେ ସୁରକ୍ଷା

ପ୍ରତିକୂଳ ପରିସ୍ଥିତି ରେ ସେ ମଧ୍ୟ

      ମର୍ଯ୍ୟାଦାର ଦେଲେଦୀକ୍ଷା।


ପ୍ରଭୂତ୍ୱ ଓ ଅଭିଳାଷ ମୁକ୍ତ ଥିଲା 

       ରାଜତ୍ଵ ଓ ସିଂହାସନ 

 ପ୍ରାଚୂର୍ଯ୍ୟ,ଭୋଗର ଆଦର୍ଶ ତପସ୍ୱୀ

       ବନେ କରିଲେ ଗମନ।


ଆସକ୍ତିର ବହୁ ଉର୍ଦ୍ଧ୍ବ ରେ ଥିଲେ ସେ

        ମାର୍ଗଦର୍ଶକ ସମାଜେ

ପ୍ରତିଟି ଦୃଶ୍ୟରେ ସମର୍ପଣ ତାଙ୍କ

       ଆଜିବି ମାନବ ଖୋଜେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational