STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ରାମ ତୁମେ ଆଲ୍ଲା ତୁମେ

ରାମ ତୁମେ ଆଲ୍ଲା ତୁମେ

1 min
142

ରାମ ତୁମେ ଆଲ୍ଲା ତୁମେ


('ର' )ରାମ ତୁମେ ଆଲ୍ଲା ତୁମେ ଯୀଶୁ ବୁଦ୍ଧ ତୁମେ

ସର୍ବ ଧର୍ମର ନାୟକ ବୁଝୁନୁ ଯେ ଆମେ

ଧରମ ନାମେ ମଣିଷ ବିଭେଦ ରଚଇ

ସତ୍ୟପଥ ଭୁଲେ ହିଂସା ବାଦେ ଲିପ୍ତ ରହି(୧)


ରଖ ମହାବାହୁ ତବ ପାଦତଳେ

ଦାସୀ ଟିଏ ମୋତେ କରି,

ସତ୍ୟ ଧର୍ମ ନ୍ୟାୟ ପଥେ ଥାଉ ଚିତ୍ତ

ହୁଏ ମୁଁ ପଛେ ଭିକାରି।(୨)


ରାମକୃଷ୍ଣ ନାମ ରହିଥାଉ ତୁଣ୍ଡେ

ନିତି ପ୍ରତି କ୍ଷଣ ମୋର,

ବକଧ୍ୟାନ ପରି ତବ ନାମ ରସ

ପାନ କରୁ ଚିତ୍ତ ମୋର।(୩)


ରଘୁକୂଳ ବୀର ପୁରୁଷ ଉତ୍ତମ 

ଦଶରଥ ସୁତ ରାମ,

ପୁତ୍ର ଭ୍ରାତା ଶ୍ରେଷ୍ଠ ସର୍ବଗୁଣେ ପୂର୍ଣ୍ଣ

ଜୟ ଜୟ ଶ୍ରୀରାମ।(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational