STORYMIRROR

Sambit Srikumar

Abstract Classics Inspirational

4.0  

Sambit Srikumar

Abstract Classics Inspirational

ରାମ ଭକ୍ତ

ରାମ ଭକ୍ତ

1 min
218



ଗୈରିକ ବର୍ଣ୍ଣର ବସନ ପରିଧାନ କରି

ମଥାରେ ରାମାନନ୍ଦୀ ତିଲକ ଶୃଙ୍ଗାର ପୂର୍ବକ

"ଜୟ ଶ୍ରୀରାମ" ତୁଣ୍ଡରେ କହିଦେଲେ

କେହି କଣ ବନିଯାଏ ସଚ୍ଚା ରାମଭକ୍ତ?


ନଜାଣି ନଚିହ୍ନି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ

ଆଦର୍ଶ କେହି କଣ ବୋଲାଇ ପାରେ

ଶୁଦ୍ଧାନ୍ତକରଣରେ କାୟମନୋବାକ୍ଯରେ

ଆପଣାକୁ ଅନୁଗାମୀ ରଘୁନାଥଙ୍କର?


ବଚନେ ଅଶୁଦ୍ଧ ଆଚରଣ ଉଚ୍ଚାରଣରେ

ଆକାଶ ପାତାଳ ପାର୍ଥକ୍ୟ ରହୁଥିବା

ବଚନବଦ୍ଧତା ବିହୀନ ମଣିଷ କେବେ

କି ହୋଇପାରିବ ଶ୍ରୀରାମଙ୍କ ଅନୁଚର?


ଆପଣାର ବଚନ ପାଳନ କରିବା ପାଇଁକି

ରଘୁବଂଶୀ ଥିଲେ ପ୍ରାଣ ତ୍ଯାଗିବାକୁ ପ୍ରସ୍ତୁତ

ଅବତାରୀ ଶ୍ରୀରାମଙ୍କ କେଉଁ ଆଦର୍ଶରେ

ବହୁରୂପୀ ମଣିଷ ହୋଇଛି ଅନୁପ୍ରାଣିତ?


ରାବଣ ତ ପରିଧାନ କରି ଗୈରିକ ବସନ

ମାୟା ବଳେ ଧରିଥିଲା ସନ୍ଯାସୀର ବେଶ

କରିବାକୁ ଛଳରେ ମାତାସୀତାଙ୍କ ହରଣ

ବସନ ଭୂଷଣ କି ମାତ୍ର ସାଧୁର ଲକ୍ଷଣ?


ତୁଣ୍ଡରେ ଜପି ଜପି ଅବିରତ ରାମ ନାମ

ବହୁରୂପୀ ନ୍ୟସ୍ତସ୍ବାର୍ଥୀ କପଟୀ ମଣିଷ

କରୁଥାଏ ସଦା ବିଶ୍ବାସଘାତକତାର କାମ

କିଏ ଅବା କାହିଁ ତାହାକୁ କରିବ ବିଶ୍ବାସ?

ଶୁଦ୍ଧ ହୃଦେ ବହି ରାମନାମ ରାମାଦର୍ଶ

ଯେଉଁ ନର କରଇ ହିତକର କାର୍ଯ୍ୟ

ନଥାଏ ଯାହାର ତିଳେ ଅହଙ୍କାର ପ୍ରଭୂତ୍ବର

ସେ ହିଁ ପ୍ରକୃତରେ ରାମଭକ୍ତ ପଦବାଚ୍ୟ!



Rate this content
Log in

Similar oriya poem from Abstract