Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

କଳାରେ ଭୂଷିତ ଭୂମି

କଳାରେ ଭୂଷିତ ଭୂମି

1 min
381



ଷୋହଳ କଳାରେ ଭୂଷିତ ଭୂମି 

ଏହୁତ ପରା ଆମ ସିଂହଭୂମି

କଳା ଛଉ ନୃତ୍ୟ ସଜ୍ଜିତ ଭୂମି 

ସମ୍ମାନ ପାଉଛି ବିଶ୍ଵ ରେ ଭୂମି 

ଓଡ଼ିଆ ଙ୍କ ଭୂମି

କରିଛି ଉତ୍କଳ ବି ଚ୍ଛି ନ୍ନ ଭୂମି ।


ଆରାଧ୍ୟ ଯାହାର ଜଗା ଠାକୁର

ଉତ୍କଳ ସଂସ୍କୃତି ସଂସ୍କାର ଯାର

ପର୍ବ ଓ ପର୍ବାଣୀ ଏକ ପ୍ରକାର 

କାହିଁ ନଜର ଏଠି ଉତ୍କଳର

ଦୁର୍ଦ୍ଦଶା ତାଙ୍କର

ଦେଖି ହୁଏ ମନ ବହୁ କାତର ।


ଗୀତା ଯଜ୍ଞ ଶାଳ ଜଗା ମନ୍ଦିର

ଧର୍ମର ଦିଏ ଜ୍ଞାନ ନି ର ନ୍ତ ର

ଭକ୍ତି ପ୍ରେମ ଶ୍ରଦ୍ଧା ସ୍ବଭାବ ଯାର

ପ୍ରୀତି ସମଭାବ ଜ୍ଞାନରେ ତାର

ବିଚ୍ଛିନ୍ନ ଭୂମିର

ଚିତ୍ରେଶ୍ଵର ବାବାଙ୍କ ମହିମାର ।


ଇସ୍ପାତ କା ର ଖା ନା ଟି ଭୂମିରେ

ସମ୍ପନ ଟି ଭୂମି ସବୁ କ୍ଷେ ତ୍ର ରେ

ମାତ୍ର ନାହିଁ ଏଠି ମାତୃଭାଷାରେ

କରେ ରୋଦନ ଓଡ଼ିଆ ଏଠାରେ 

କିଏ ଶୁଣିବରେ

ଭାଗ୍ୟ ଆଦରି ଓଡ଼ିଆ ରୁହେରେ ।


ଅ ମୃ ତ ର କାଳ ପରା ଆସିଛି 

ନୂଆ ଶିକ୍ଷା ନୀତି ରାଷ୍ଟେ ବନିଛି

ଶିକ୍ଷା ମାତୃଭାଷା ମୂଳ ହୋଇଛି

ନାହିଁ ଦର୍ଶନ ସାକ୍ଷାତେ ଦିଶୁଛି

ସ୍ବପ୍ନ ଟି ଲାଗୁଛି

କ୍ରୀତି ଭାରତର ବିଶ୍ବେ ଗୁଞ୍ଜୁଛି ।


ଖଣିଜେ ଭରିଛି ଭୂମି ଆମର

ଥିଲା ଏ ଦିନେ ଭୂମି ଉତ୍କଳର

ଥିଲା ଶାସନ  ଓଡ଼ିଆ ଜାତିର 

ଏବେ ଶିକ୍ଷାଶୂନ୍ୟ ଭୂମି ଏଠାର

କ୍ରନ୍ଦନର ସ୍ବର

ରାବ ଶୁଭୁ ଅଛି ମାତୃଭାଷାର ।


ଅଧିକାର ଆମ ଭାଷାର ଶିକ୍ଷା

କିମ୍ପା ନ ହେବ ମାତୃଭାଷା ଶିକ୍ଷା

ଜୀବନେ ଅମୂଲ୍ୟ ଜନନୀ ଶିକ୍ଷା

ଓଡ଼ିଆ ପାଇବେ ଓଡ଼ିଆ ଶିକ୍ଷା

ରତ୍ନ ଅଟେ ଶିକ୍ଷା

ନୂଆ ଶିକ୍ଷା ନୀତି ପାଇଁଁରେ ଶିକ୍ଷା ।


ମାତୃଭାଷା ଶିକ୍ଷା ମିଳୁ ଆମ୍ଭଙ୍କୁ

ଅନୁରୋଧ କରୁ ଆମ ଉତ୍କଳକୁ

ଭରସା କରୁଛୁ ଶିକ୍ଷା ମନ୍ତ୍ରୀଙ୍କୁ

ଅଛି ବିଶ୍ବାସ ଦେଶ ପ୍ରଧାନଙ୍କୁ

ରେ ମୁଖ୍ୟମନ୍ତ୍ରୀଙ୍କୁ

ଜନନୀ ଭାଷା ମିଳୁ ସନ୍ତାନଙ୍କୁ ।



Rate this content
Log in

Similar oriya poem from Abstract