Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRAVAT Behera

Abstract Inspirational

4.5  

PRAVAT Behera

Abstract Inspirational

କିଛି ଛାଡିଗଲ କି ପଛରେ

କିଛି ଛାଡିଗଲ କି ପଛରେ

1 min
385



ଡାକରା ଆସିଲେ ଯିବାକୁ ପଡିବ 

    କିଛି ନେବାନାହିଁ ସାଙ୍ଗରେ, 

ମମତା ର ଡୋର  ଛିଡିଯିବ ଦିନେ 

    ସବୁ ରହିଯିବ ପଛରେ।

 

ଆୟା ପାଖେ ଛାଡ଼ି କଅଁଳା ଶିଶୁ କୁ 

    ଅଫିସ କୁ ଯେବେ ବାହାରେ, 

ପଚାରଇ ଆୟା   ସବୁ ନେଇଛ ତ 

    ଛାଡିନାହଁ କିଛି ପଛରେ ।


ଯାହା ପାଇଁ ଖଟି  ରୋଜଗାର କରେ 

      ତାକୁ ତ ଛାଡିଲି ପଛରେ, 

ଚାବି ଆଉ ପର୍ସ   ମୋବାଇଲ ଫୋନ 

     ଏସବୁ କୁ କିଏ ପଚାରେ।


ଝିଅ ବାହାଘର  ସାରି କନ୍ୟାପିତା 

    ମଣ୍ଡପ ଛାଡିବା ବେଳରେ, 

ଭଉଣୀ ପଚାରେ  ଦେଖିନିଅ ଭାଇ 

     ଛାଡିଲ କି କିଛି ପଛରେ।


ବାପା ଭାବୁଥାଏ  ଝିଅ ଚାଲିଗଲା 

    ବନ୍ଧନ ରହିଲା ପଛରେ, 

ବାକି ଯଦି କିଛି  ଜିନିଷ ରହିଲା 

    ମୂଲ୍ୟହୀନ ଝିଅ ଆଗରେ।


ଅବସର ଦିନ   ସମ୍ବର୍ଦ୍ଧନା ପରେ 

    ପିଅନ ଟା ଆସି ପଚାରେ, 

ଟେବୁଲ ଡ୍ରୟର  ଦେଖିଦ୍ୟନ୍ତୁ ସାର 

    ରହିଲା କି କିଛି ପଛରେ।


ସାର ଭାବୁଥାନ୍ତି  ପଚିଶ ବରଷ 

    ସ୍ମୃତି ରହିଗଲା ପଛରେ, 

ଡାଇରୀ କଲମ  ଚଷମାର ଖୋଳ 

    ଏସବୁକୁ କିଏ ପଚାରେ।


ପୁଅ ପାଠ ପଢି  ଚାକିରୀ କରିଲା 

    ରହିଗଲା ଆମେରିକାରେ, 

ବିଦେଶିନୀ ଝିଅ  ବାହା ହୋଇଗଲା 

    ରାଜି ହୋଇ ନିଜ ଇଚ୍ଛାରେ।


ନାତି ଦେଖିବାକୁ  ଆମେରିକା ଗଲେ 

     ପତିପତ୍ନୀ ଦୁହେଁ ପ୍ଲେନରେ, 

ପୁଅ ପଚାରୁଛି   ଆସିବା ବେଳରେ 

     କିଛି ଛାଡିଲ କି ପଛରେ।


ସାରା ଜୀବନର  ଅର୍ଜିଥିବା ଧନ 

    ପୁଅ ରହିଗଲା ପଛରେ, 

ସାର୍ଟ ପେଣ୍ଟ ଆଉ  ଧୋତି ଓ ଗାମୁଛା 

     ଏସବୁ କୁ କିଏ ପଚାରେ।


ବାପାଙ୍କର ଶବ   ଦାହ କରିସାରି 

     ଘରକୁ ଫେରିବା ବେଳରେ, 

ଲେଉଟି ଆସଇ   ଯୁଇ ର ପାଖକୁ 

    ପୁଅ ଲୁହ ନେଇ ଆଖିରେ ।


ପଚାରଇ ସାଙ୍ଗ    ଛାଡିଲୁ କି କିଛି 

       କିଛି ରହିଗଲା ପଛରେ, 

ସବୁ ଚାଲିଗଲା    ବାପାଙ୍କ ସାଥିରେ 

    କଥା ରହିଗଲା ମନରେ।


ଏବେବି ସମୟ   ରହିଛି ହାତରେ 

     ବାନ୍ଧ ସ୍ନେହ ପ୍ରେମ ରଜ୍ଜୁରେ, 

କିଏ ଜାଣେ କେବେ  ଯିବାକୁ ପଡିବ 

    ସବୁ ଛାଡିଦେଇ ପଛରେ।


Rate this content
Log in

Similar oriya poem from Abstract