ଧନ ପାଇବାକୁ ମନ
ଧନ ପାଇବାକୁ ମନ
ଧନ ଧନ ବୋଲି କେତେ ମୁଁ ଡାକିଲି
ଧନ କୁ ପାଇଲି ନାହିଁ,
ଧନ ମୋ ପାଇଁ ସତେକି ସପନ
ନଦେଲେ ଉତ୍ତର କେହି ।
ଧନକୁ ସମ୍ପଦ ଧନକୁ ପ୍ରାଧାନ୍ୟ
ଧନ ସବୁ ମୋ ପାଇଁ
ଧନ ପାଈଁ ପ୍ରାଣ ଦେବାକୁ ବସିଛି
ଧନ ହସେ ଦୂରେ ଯାଇଁ ।
କି ପ୍ରକାର ଧନ କେମିତି ହସୁଛି
ଦେଖି ପାରେନା ମୁଁ ଛୁଇଁ
ଧନକୁ ଗୋଡେଇ ଥକି ପଡିଆଛି
ହେଇ ଉଦାସୀନ ମୁହିଁ ।
ଏମିତି ଚଞ୍ଚଳା ସତେ ଅଟୁ ତୁହି
ଦେଉ ନାହୁଁ କେବେ ଧରା
ନିଜର ବୋଲି ଭାବିଲୁନି ତୁ
ପାଦେ ଦଳିଦେଲୁ ପରା ।
ଗୋଲାପି ଗୋଲାପି ଧନ ତୁହି ଦିଶୁ
ପାରେନା ମୁଁ ସ୍ପର୍ଶ କରି
ଗରିବ ବୋଲି ତୁ ପଚାରି ବୁଝୁନା
ଦେଖି ନଜାଣିଲା ପରି ।
ଧନ ବୋଲି ତୁଲୋ ଖାଉ ଏତେ ଭାଉ
ନିର୍ଦ୍ଧନ ପାଈଁ ତୁ ସ୍ୱପ୍ନ
ଦିନ ହଉ ଅବା ରାତିରେ ଦେଖେ ଯେ
ମାଡୁ ନାହୁଁ କେବେ ପାସ ।
ସତ ସତ କହ ଆସିବୁ କି ନାହି
ଛାଡି ସବୁ କାମ ଦାମ
ଅସିଲେ ଧନ ଖାଲି ଅଗଣା ମୋ
ପୁରି ଉଠିବ ମୋ ମନ ।
ଗରିବ ଜୀବନେ ଧନ ସିନା ଲୋଡା
ଧନବନ୍ ସଦା ଧନ୍ୟ
ଏ ଜନମେ ଆଉ ମିଳିବନି ଧନ
କିମ୍ପାଇ କରିବା ମନ ।
ଗରିବ ହେଇ ଗରିବ ରହିବା
ଏତିକି ହୋଇଲା ସାଧ୍ୟ
ଲଲାଟରେ ମୋ ଧନ ଲେଖା ନାହିଁ
ଚେଷ୍ଟା କରିବାକୁ ବାଧ୍ୟ ।