ଓଡିଆ ନୂଆ ବରଷ
ଓଡିଆ ନୂଆ ବରଷ
ପଣା ସଂକ୍ରାନ୍ତିକୁ ଓଡିଆ ମାସର
ନୂଆ ବର୍ଷ କୁହାଯାଏ
ଓଡିଆର ନୂଆ ପାଞ୍ଜି ଏହି ଠାରୁ
ପ୍ରଚଳନ ହୋଇଥାଏ ।
କେବେ ଏହା ଚୈତ୍ର ମାସରେ ପଡଇ
କେବେ ବୈଶାଖରେ ହୁଏ
ଚଉଦ ତାରିଖ ପଡିଥାଏ ହେଲେ
ଅଘରି ସେ ହୋଇଥାଏ ।
ପଣା ସଂକ୍ରାନ୍ତିରେ ଚଉରା ଉପରେ
ଜଳ ଘଡି ବସା ଯାଏ
ମାସକ ପରେ ସଂକ୍ରାନ୍ତି ପଡିଲେ
ସେ କଳସୀ ଉଠା ଯାଏ ।
ଘରେ ଘରେ ପଣା କରାଯାଇଥାଏ
ଆନନ୍ଦେ ସର୍ବେ ପିଅନ୍ତି
ଘୋର ଉତ୍ତାପରୁ ରକ୍ଷା ପାଇବାକୁ
ପାଳନ ଏହା କରନ୍ତି ।
ଦଣ୍ଡ ନାଚ ହୁଏ ଝାମୁଯାତ୍ରା ପଡେ
ଦଣ୍ଡୁଆ ମେରୁ କରନ୍ତି
ଝାମୁରେ ଚାଲିଣ ଦଣ୍ଡକୁ ଛାପିଣ
ଉଦଯାପନ କରିଥାନ୍ତି ।
ମା ମଙ୍ଗଳା ଓ ହିଙ୍ଗୁଳା ମାତାକୁ
ଦାଣ୍ଡେ ପଣାପାଣି ଦ୍ୟନ୍ତି
ମହା ବିଷୁବ ଏ ପଣା ସଂକ୍ରାନ୍ତିକୁ
ନା କିଏ ଭୁଲିବା ଥାନ୍ତି ।
ଓଡିଆର ନୂଆ ବରଷ ରୂପରେ
ଇଏ ଆମ ପରିଚିତ
ଗର୍ବ ଓ ଗୌରବ ଆମ ପରମ୍ପରା
ସାରା ବିଶ୍ବରେ ପୂଜିତ ।
