Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ରାକ୍ଷୀ ରହିଅଛି ସାକ୍ଷୀ

ରାକ୍ଷୀ ରହିଅଛି ସାକ୍ଷୀ

1 min
232



ଶ୍ରାବଣ ମାସର ଶୁକ୍ଳ ଦଶମୀରୁ

ହସି ଉଠିଲାଣି ଜହ୍ନ 

ସାତଦିନ ବ୍ଯାପୀ ରାଧାକୃଷ୍ଣଙ୍କର

ଚାଲିବ ପର୍ବ ଝୁଲଣ ।


ପବିତ୍ର ଶ୍ରାବଣ ଗହ୍ମା ପୂନେଇରେ

ଗାଈଗୋରୁ ବନ୍ଦାପନା

ପ୍ରଭୁ ବଳରାମ ଜୟନ୍ତୀ ଉତ୍ସବ 

ଉପବୀତ ମାରଜନା ।


ପିଠାପଣା ମିଠା ପୂଜା ଅର୍ଘ୍ଯ ଥାଳୀ

ଚନ୍ଦନ ଅକ୍ଷତ ଦୂବ

ସଜାଇ ଭଉଣୀ ଶ୍ରଦ୍ଧା ସୁବିଶ୍ବାସେ

ହୁଏ ଖୁସି ଗଦଗଦ ।


ପିନ୍ଧାଇ ଦିଏ ସେ ଭାଇଙ୍କ ହସ୍ତରେ

ରେଶମୀ ରକ୍ଷା କବଚ

ସ୍ନେହ ସୋହାଗରେ ଉଠଇ ମହକି

ଜୀବନରେ ସୁସମ୍ପର୍କ ।


ଉଜ୍ଜୀବିତ ସଦା ଆମ ସୁସଂସ୍କାର 

ରାକ୍ଷୀ ରହିଅଛି ସାକ୍ଷୀ

ଭଉଣୀ ପଡିଲେ ଆପଦ ବିପଦେ

ଭାଇ ଦେବ ଛାତି ପାତି ।

    


Rate this content
Log in

Similar oriya poem from Inspirational