ରାକ୍ଷୀ ବନ୍ଧା (ରମ୍ୟ ରଚନା)
ରାକ୍ଷୀ ବନ୍ଧା (ରମ୍ୟ ରଚନା)
ରହିଛି ଅନେଇ ଧରମ ଭାଇ ମୋ
ଆସିଯିବ ଏବେ ଧାଇଁ,
ମାର୍କା ରାକ୍ଷୀ ମୁଁ କିଣିଛି
ତା'ହାତେ ଦେବି ପିନ୍ଧେଇ।
ଟଙ୍କା ମୋତେ ଦେବ ମନ ମୋର ନେବ
ହେବୁ ହସ ଦିଆନିଆ,
ଆଗରୁ ଜାଣିଛି ଧରମ ଭାଇ ମୋ
ଭାରି କିନ୍ତୁ ଚଗଲିଆ।
ଅରୁଆ ଚାଉଳ, ଚନ୍ଦନ, ସିନ୍ଦୂର
ଫୁଲ ତାକୁ ପକେଇବି,
ଗାଲେ ଚୂମାଦେଇ ମିଠା ଖୋଇଦେଇ
ମନେ ମନେ ବରିନେବି।
ଗତବର୍ଷ ରାକ୍ଷୀ ବନ୍ଧା ଦିନ କଥା
ମନରୁ ମୁଁ ଭୁଲି ନାହିଁଁ,
ରାକ୍ଷୀ ବାନ୍ଧୁ ବାନ୍ଧୁ ହାତକୁ ଚୁମୁଟି
ଦେଇଥିଲା ପରା ସେହି।
ମିଠା ଖୋଇଦେଲା ବେଳେ ଆଙ୍ଗୁଠିକୁ
ଜାଣି ମଧ୍ୟ କାମୁଡ଼ିଲା,
ଚିଡିବି ବୋଲିକି ମୋହରି ସାଥିରେ
ଗେଲ ଖାଲି ଖେଳୁଥିଲା।
ଗୋଟେ ଭଲଗୁଣ ଅଛି ବି ତାହାର
ଡେଲି ମୋତେ ଫୋନ୍ କରେ,
ଫେସବୁକ ଫ୍ରେଣ୍ଡ୍ ଆଗ ହୋଇଥିଲା
ଏବେ ରାକ୍ଷୀ ବନ୍ଧା ଚାଲେ।
ଆଉ ଗୋଟେ ଭଲ ଗୁଣ ଅଛି ତାର
ତେଣୁ ଲାଗେ ବେଶୀ ଭଲ,
ସବୁଥର ମୋର ରିଚାର୍ଯ କରୁଛି
ପଇସା ସାରୁଛି ତାର।
ଫୋନ୍ ସ୍ଵିଟ୍ କିସ୍ ଦିଆ ନିଆ ମଜା
ଆମଠୁଁ କେ ବେଶୀ ଜାଣେ,
କୋଟିକରେ ଗୋଟେ ମୋଧରମଭାଇ
ସାରା ସଂସାରରେ ଜଣେ।
କେବେ ତାକୁ କିନ୍ତୁ ଭୁଲି ପାରିବିନି
ନିଜର ମୁଁ କରିନେବି,
ଧରମ ଭାଇରୁ ପ୍ରମୋସନ ଦେଇ
ହଜ୍ବ୍ଯାଣ୍ଡ ବନେଇବି।
ଇଏ ଆଜ୍ଞା ଆଜି ରାକ୍ଷୀ ବନ୍ଧନର
ବିକୃତ ନଗଣ୍ୟ ରୂପ,
ନିଜ ଭଉଣୀଠୁଁ ଭାଇଟିଏ ଆଜି
ଦୂରେଇ ନେଉଛି ହାତ।
ପ୍ରେମ ପ୍ରୋତ୍ସାହନ ଏ ରାକ୍ଷୀ ବନ୍ଧନ
ପାଲଟି ଗଲାଣି ଆଜି,
ଭଉଣୀ ଭାଇର ସମ୍ପର୍କ ଡୋରୀରେ
କଳଙ୍କ ଯାଉଛି ଲାଗି।
ଆଜିରାକ୍ଷୀବନ୍ଧା ଖୋଲେ ପ୍ରେମଫନ୍ଦା
ପଇସା ଆଦାୟ ବାଟ,
ପୁଅଝିଅ ମାନେ ଏଥିରେ ପାଗଳ
ସମ୍ପର୍କରେ ଦେଖ ଫାଟ।
ଭଉଣୀ ପଇସା ମାଗେ ନାହିଁ ମାଗେ
ଟିକେ ସ୍ନେହ ଅଧିକାର,
ଭାଇ କିନ୍ତୁ ଶାଳୀ ,ଧରମ ଭଉଣୀ
ପ୍ରେମରେ ପୁରା ପାଗଳ।
ଧରମ ଭଉଣୀ କିମ୍ବା ଶାଳୀ ରାକ୍ଷୀ
ପସନ୍ଦ ଭାଇକି ବେଶୀ,
ତେଣୁ ଏଠି ଏହି ଧରମ ଭାଇଟି
ଟଙ୍କା ଖାଲି ଉଡଉଛି।
କେତେ ଚାଖି ଚାଖି ଧରମ ଭାଇକୁ
ପିନ୍ଧଉଛି ଯିଏ ରାକ୍ଷୀ,
କେଜାଣେ କେବେସେ ଚମ୍ପଟ ମାରିବ
କାହାକୁ କେଉଁଠି ଡାକି।
ନିଜ ଭଉଣୀକୁ ପରକରି ଯିଏ
କା'ଧରମ ଭାଇ ହୁଏ,
ତାକୁ ଯେଉଁ ଝିଅ ବିଶ୍ଵାସଟି କରେ
ସିଏ କିନ୍ତୁ ନାମ ନିଏ।
ସେଇ ରାକ୍ଷୀ ଦେଖ ଶୁଭଦ୍ରା ଦେଉଛି
ତାର ବଡ଼ ଭାଇ ପାଇଁ,
ତୁଳସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ
କେଉଁ ଭାବ ଅଛିରହି?
ଶୁଭ ବାଦ୍ୟ ତାଳେ ନୀଳାଚଳ ଧାମୁଁ
ଯେଉଁଦିନ ରାକ୍ଷୀ ଆସେ,
ସାରା କେନ୍ଦ୍ରାପଡ଼ା ଭାଇ ଭଉଣୀର
ସମ୍ପର୍କକୁ ମନେ ଘୋଷେ।
ଦ୍ରୌପଦୀବାନ୍ଧିଲା ରାକ୍ଷୀଟିଏ ଯେବେ
ଶ୍ରୀ କୃଷ୍ଣ ରଖିଲେ ମାନ,
ଆଜିକାଲି ଏହି ରାକ୍ଷୀ ବନ୍ଧା କିନ୍ତୁ
ହୋଇଗଲାଣି ଫେସନ।
