ରାଜଦୀପ-ଅଞ୍ଜନା; ପରିବାରେ ରୈନା
ରାଜଦୀପ-ଅଞ୍ଜନା; ପରିବାରେ ରୈନା
ସାତ ରୁ ଆସି ବାଇଶି ହେଲା,
ଦିନ ତିନି ଫେବୃଆରୀ ଥିଲା,
ପୁରି ପନ୍ଦର ଷୋଳ ଚାଲିଲା,
ଭାବଟେ ନୂଆଁ ସେବେ ଯୋଡ଼ିଲା ।
ଅଞ୍ଜନା ସଙ୍ଗରେ ଦୀପ-ରାଜ,
ଧରାଧରି ହେଲେ ହାତ ଆଜ,
ଟିକେ ହସ ଥିଲା ଟିକେ ଲାଜ,
ଲୋକେ ଖାଉଥିଲେ ବାହାଭୋଜ ।
ଶପଥିଲେ ଅଲଗା ନ ହେବେ,
ଯେତେ ଦିନ ଭବେ ବଞ୍ଚିଥିବେ,
ସୁଖ ଦୁଃଖ ସହଭାଗୀ ଯେବେ,
ଏକ ଆରେକକୁ ମନ ଦେବେ ।
ଗଢିଲେ ଘରଟେ ନୁଆଁ ଦୁହେଁ,
ଲେଖିଲେ ନିଜ ନାଁ ଘର ମୁହେଁ,
ଦାୟୀତ୍ୱରେ ହେଳା କେବେ ନୁହେଁ,
ଏମିତି ଘର ମୁଁ ଭଲ ପାଏଁ ।
ଦେଖୁ ଦେଖୁ ଦିନ ଚାଲିଯାଏ,
ରୈନା ଝିଅ ତାଙ୍କ ଜନ୍ମ ନିଏ,
ଅଳି ଅଳି ପରୀ ତାଙ୍କ ସିଏ,
ଦି' ରୁ ପରିବାର ତିନି ହୁଏ ।
ଗର୍ବ କର ତୁମେ ଝିଅ ପାଇ,
କାରଣ ଅମୂଲ୍ୟ ଧନ ସେଇ,
ବାପା-ମାଆ କଥା ମାନୁଥାଇ,
ନାଆଁ କରୁ ସେ ତ ବଡ ହୋଇ ।
ଝିଅ ଯାଏ ଶାଶୁ ଘରେ ଚାଲି,
ହେଲେ ପାରେନା ସେ ବାପ ଭୁଲି,
ଉଠୁ ତହିଁ ତୁମ ଛାତି ଫୁଲି,
ବିତୁ ଦିନ ତୁମ ହଲି ଝୁଲି ।
ହସୁଥାଉ ତୁମ ପରିବାର,
ପ୍ରତିଦିନ ଯେତେ ମାସ ବାର,
ମଙ୍ଗଳ କାମନା ସଭିଙ୍କର,
ଶୁଭକାମନା ବି ଆଜି ମୋର ।