Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ରାଈ ଦାମୋଦର

ରାଈ ଦାମୋଦର

1 min
366


ତନୁ ଶ୍ୟାମଘନ' ଦେବକୀ ନନ୍ଦନ'

     ଯଶୋଦାଙ୍କ ପ୍ରାଣ ଧନ

ଗୋପେ ଗୋପଧନ ଗୋପୀଙ୍କ ପରାଣ

     ରାଧାଙ୍କ ଜୀବ ଜୀବନ ।


ଧନ୍ୟ ସେ ଯମୁନା ଧନ୍ୟ ଗୋପାଙ୍ଗନା

     ଧନ୍ୟ ସେ କଦମ୍ବ ବାସ

ମୟୁର ଚୁଳିଆ କଦମ୍ବ ମୂଳିଆ

    କରୁଥିଲେ କେଳି ରାସ ।


ରାସ କୁଞ୍ଜ ଶୋଭା ଅତି ମନଲୋଭା

    ଗୋପାଙ୍ଗନା ସମା ହାର

ଯୁଗଳ ମୂରତି ଅପରୂପ କାନ୍ତି

    ଉଭା ରାଇଦାମୋ ଦର ।


ହସ୍ତରେ ବଇଁଶୀ ସ୍ମିତ ହସି ହସି

    ତ୍ରିଭଙ୍ଗୀ ଠାଣିରେ ଉଭା

ସଙ୍ଗେ ରାଧାରାଣୀ ପ୍ରୀତି ଭିକାରୁଣୀ

    ଅପରୂପ ମନ"ଲୋଭା ।


ବଜାଏ ବଇଁଶୀ ଗୋପି ହୃଦ ଦଂଶି

    ଲଜ୍ଜ୍ୟା ସଂକୋଚକୁ ତେଜି

ପ୍ରେମ ପାଗଳିନୀ ଗୋପ ଗୋପାଳୁଣୀ

    ପ୍ରେମେ ଯାଉଥିଲେ ମଜ୍ଜି ।


ରାସ ରଙ୍ଗ ଧୂଳି ସର୍ବାଙ୍ଗରେ ବୋଳି

    ଭକ୍ତିଭରେ କୋଳା କୋଳି

ସେହି ଭକ୍ତି ଭର  ରାଇଦାମୋଦର

    ଯୁଗଳ ଚରଣେ ଅଳି ।


Rate this content
Log in

Similar oriya poem from Inspirational