Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract

3  

PUSPALATA SAHOO

Abstract

ରାଇ ଦାମୋଦର

ରାଇ ଦାମୋଦର

1 min
287



ବାର ମାସ ମଧ୍ୟେ କାର୍ତ୍ତିକଟି ସାର 

ଧରମ ମାସରେ ଗଣା 

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ 

ପଞ୍ଚୁକ ଭାବରେ ଜଣା !


ସକାଳ ସାହାନ ଆଳତୀ ଦର୍ଶନ 

 ବଜାଇ ଘଣ୍ଟି ମନ୍ଦିରେ 

ମହା କାର୍ତ୍ତିକରେ ପୂଣ୍ୟ ଅରଜି 

ମହା ଆନନ୍ଦ ମନରେ !


ବଡ଼ ରସିକିଆ କାହ୍ନୁ ଦଗାଦିଆ 

ରାଧିକା ସାଥିରେ ମିଳି 

ରାସ କରିଥାଇ କୁଞ୍ଜ ବନେ ଥାଇ 

ଗୋପୀଏ କରନ୍ତି କେଳି !


ଆହା କି ସୁନ୍ଦର ରାଇ ଦାମୋଦର 

ଅପୂର୍ଵ ସୁନ୍ଦର ବେଶ 

 ସେ ରୂପ ଦର୍ଶନ ବଇଁଶୀ ମୋହନ 

ମନରେ ଆସେ ସନ୍ତୋଷ !


ରାଇ ଅଟେ ମାଇଁ ଭଣଜା କହ୍ନେଇ 

ତଥାପି ଶାଶ୍ୱତ ପ୍ରେମ 

ସେ ପ୍ରେମ ତରଙ୍ଗ ଭଵ ଭୂମି ରଙ୍ଗ 

ସବୁ ଦିଶେ ଅଭିନଵ !


ତୁଳସୀ ମୂଳରେ ପଞ୍ଚୁକ ବେଳାରେ 

ତୁଳସୀ ସାନିଧ୍ୟ ଲଭି 

ରାଇ ଦାମୋଦର ଭଜି ଯାଉ ଦିନ 

ଅନ୍ତରେ ତୁମକୁ ଭାବି !



Rate this content
Log in

Similar oriya poem from Abstract