STORYMIRROR

jyotsna mayee panda

Classics

3  

jyotsna mayee panda

Classics

ରାଧାଙ୍କ ଚିଟାଉ

ରାଧାଙ୍କ ଚିଟାଉ

1 min
235

ରାଧା ଲେଖୁଛନ୍ତି ଏକାନ୍ତ ରେ ବସି

ପ୍ରିୟ ଶ୍ରୀକୃଷ୍ଣ ଙ୍କୁ ଚିଠି

ମାନିନୀ ରାଧିକା ଚିଠି ନୁହଁ ସେତ

ଅଭିମାନ ଭରା ଗୀତି ll

ଲୁହ ର ସ୍ୟାହି ରେ

କୋହ କଲମ ରେ

ହୃଦୟ ର କାଗଜ ରେ

ବିରହ ନିଆଁ ରେ ଜଳୁଛି ଆଜି ହେ

ତୁମ ପ୍ରୀତି ବିରହ ରେ ll

କଥା ଦେଇଥିଲ ଆସିବା ପାଇଁ କି

ସବୁ କଥା ରେ ରହିଲା

ପ୍ରେମ ସବୁ ପରା ପ୍ରତାରଣା ହେଲା

ପ୍ରୀତି ସବୁ କୋହ ହେଲା

ମନ ବିରହେ ଝୁରିଲା ll

କଦମ୍ବ ଝୁରିଛି, ଯମୁନା ଝୁରୁଛି..

ଝୁରାଇ ପ୍ରିୟସୀ ରାଧା

ଗୋପ, ବୃନ୍ଦାବନ ହୋଇଗଲା ଶୂନ୍ୟ

ପ୍ରୀତି ରହିଗଲା ଅଧା ll

ତୁମ ରାଜ ଥାଟ ତୁମ ପାଟ ବସ୍ତ୍ର

ସବୁ ଆଜି ଲାଗେ ମୂଲ୍ୟହୀନ ତୁଚ୍ଛ

ସେଇ ପ୍ରେମ କାହ୍ନl ଆଉ କି ମିଳିବ

ପ୍ରେମ ମୋର ଆଜି ଲୁଣି ହୋଇଗଲା

ଦ୍ୱାରିକା ସମୁଦ୍ରେ ସବୁ ଭାସିଗଲା ll

ଯମୁନା ର ସେଇ ମଧୁର ଜଳ ରେ

ପ୍ରେମ ବି ମଧୁର ଥିଲା

କଦମ୍ବ ବନ ରେ, ବଂଶୀ ମୂର୍ଚ୍ଛନା ତ

ସ୍ମୃତି ହୋଇ ରହିଗଲା

ପ୍ରେମ ମୋ ମଉଳି ଗଲl ll

ଦ୍ୱାରିକା ନଗରେ ଦ୍ୱାରିକାଧିସ ହେ

ତୁମେ ପରା ବୋଲାଇଲ

ଗୋପୀ, ଗୋପାଙ୍ଗନା ପ୍ରେମ ଭୁଲି ପୁଣି

ଦ୍ୱାରିକା ମୋହେ ପଡିଲ ll

ତୁମ ରାଜ ଥାଟ ତୁମ କୁ ଶୋହେ ତ

କାହ୍ନl ପ୍ରେମ ହଜିଗଲା

ପ୍ରେମ, ପ୍ରତାରଣା ତୁମ କୁ ତ ଜଣା

ସ୍ମୃତି ରେ ରାଇ ଝୁରିଲା

ପ୍ରେମ ତାର ଲିଭି ଗଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics