Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract

3  

Rama chandra Pradhan

Abstract

ରାବଣ

ରାବଣ

1 min
169


ଏବେ ବି ରାବଣ ବଞ୍ଚିଛି ସମାଜେ

ଭୟରେ ଥରୁଛି ଛାତି

ରାବଣ ସାଙ୍ଗକୁ କ୍ରୁର ଦୁଃଶାସନ

ଦୁର୍ନୀତି କରନ୍ତି ନିତି l

ଭଦ୍ରମୁଖା ତଳେ ମୁହଁକୁ ଲୁଚାଇ

ରାବଣ କରୁଛି ଖେଳ

କାମନା ଲାଳସା ମେଣ୍ଟାଇବା ପାଇଁ

ଉଣ୍ଡୁଅଛି ସିଏ ବେଳ l

ଛଳନା ରଙ୍ଗରେ କ୍ଷତାକ୍ତ କରୁଛି

ଘୃଣ୍ୟ ପ୍ରକୃତିକୁ ଧରି

ନୀତି ଆଦର୍ଶର ଡେଙ୍ଗୁରା ପିଟୁଛି

ଧରମକୁ ଆଖି ଠାରି l

ମଣିଷ ପଣିଆ ହଜି ତ ଯାଇଛି

ଏ ପାପୀ କଳି ଯୁଗରେ

ନାରୀର ଇଜତ ନିଲାମ ହେଉଛି

ଏଠି ଦିବା ଦି' ପ୍ରହରେ l

ବଳାତ୍କାର ରୋଗ ସଭିଙ୍କୁ ଗ୍ରାସିଛି

ଦୁନିଆରେ ନାହିଁ ଧର୍ମ

ଆଇନ କାନୁନ ସ୍ଥାଣୁ ପାଲଟିଛି

କରି ଖାଲି ଅପକର୍ମ l

ସେଥିପାଇଁ ମାଆ ଅବତରି ଆସ

ନାଶିବାକୁ ଦୁଷ୍ଟ ଜନ

ହେଉ ସେ ରାବଣ ଅବା ଦୁଃଶାସନ

ନ ରହୁ କାହାର ଚି଼ହ୍ନ l



Rate this content
Log in

Similar oriya poem from Abstract