STORYMIRROR

Sukanti Hotta

Classics

3  

Sukanti Hotta

Classics

ପୂର୍ଣ୍ଣ କଳସ ଆମ ଭାରତ

ପୂର୍ଣ୍ଣ କଳସ ଆମ ଭାରତ

1 min
295

ବିଶ୍ୱରେ ଶ୍ରେଷ୍ଠ ଭାରତ ବର୍ଷ

ଐତିହରେ ପରିପୂର୍ଣ

ବିଦେଶୀ ଶତ୍ରୁର ସବୁବେଳେ ଆଖି

କରିବାକୁ କ୍ଷୁର୍ଣ କ୍ଷୁର୍ଣ


ସ୍ୱାଧୀନତା ପୁର୍ବୁ କେତେ ଯେ ଶତ୍ରୁ

ଦେଶେ ଆମ ପଶିଥିଲେ

ଧନ ସମ୍ପତ୍ତି ସୁନା ହୀରା ରୁପା

ବୋହି ନେଇଯାଇଥିଲେ


ସ୍ୱାଧୀନତା ହେଲା ପ୍ରସିଦ୍ଧି ଅର୍ଜିଲା

ସାରା ବିଶ୍ୱ ଡରିଗଲେ

ଏକତା ସଂସ୍କୃତି ପରମ୍ପରାର

ଗୁଣ ଗାନ ସଦା କଲେ


ଆମ ରାଜ୍ୟ ଆଉ କେନ୍ଦ୍ରଶାସିତ ର ଶିଳ୍ପ

ଏକକୁ ଆରେକ ବଳି

ଖଣିଖଦାନରେ ଭରପୁର ଅଟେ

ଅଛି ପର୍ଯ୍ୟଟନ ସ୍ଥଳୀ


ସାରା ବିଶ୍ୱରେ ଭାରତ ଶ୍ରେଷ୍ଠ

ବିଭିନ୍ନତା ମଧ୍ୟେ ଏକ

ଆମ ପରମ୍ପରା ଆମ ସଂସ୍କୃତି

ସାରା ବିଶ୍ୱର ଟେକ


କଳା ସ୍ଥାପତ୍ୟ ଧର୍ମ ସାହିତ୍ୟ

ଚିତ୍ରକଳା ଓ ନୃତ୍ୟ ସଙ୍ଗୀତ

ସବୁଥିରେ ଆମ ଭାରତ ଶ୍ରେଷ୍ଠ

ସାରା ବିଶ୍ୱରେ ସଦା ଆଦୃତ


ପୂର୍ଣ୍ଣ କଳସ ଆମ ଭାରତ

ସମ୍ପତ୍ତିର ଗନ୍ତାଘର

ଯେତେ ବଖାଣିଲେ ସରିବନି କେବେ

ଐତିହ ଭାରତର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics