STORYMIRROR

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ପୂଣ୍ୟଦେବୀ

ପୂଣ୍ୟଦେବୀ

1 min
287

ହାରିହାରି ଯାଏ ମନ ମରିମରି ଯାଏ ସପନ

ମା' ତୁମେ ତ ପୂଣ୍ୟର ଦେବୀ

ସାରା ସଂସାରର ତୁମେ ମୂଳ ଆଧାର

ଏ ମୁର୍ଖର ପାପୀ ଜୀବନ ଯାଏ ସରିସରି

ପରିଣତି ଆଣି ତୁଚ୍ଛ ପ୍ରାଣର କରିଦିଅ ଉଦ୍ଧାର ।


ନିର୍ଦୟ, ନିଷ୍ଠୁର, ପଥର ହେଲିଣି ମୁଁ

ପଥହୀନ, ଗତିହୀନ ଲାଗିଲାଣି ଏ ସଂଘର୍ଷ

ମା' ତୁମେ ସବୁ ଜାଣ ହସଲୁହ କୋହ

ରାକ୍ଷସ ସାଜିବି ମୁହିଁ ତୁମ ଦର୍ଶନ ପାଇଁ

ତ୍ରିଶୂଳେ କରିବ ମୋ' କ୍ରୁର ଶରୀରର ବିଦାର ।


ଏ ଦୁନିଆର ଅଟେ ଅଯୋଗ୍ୟ ପ୍ରାଣପିଣ୍ଡ

ମାଟି ଅସ୍ୱଚ୍ଛ, ଅପବିତ୍ର ହୁଏ ସ୍ପର୍ଶକଲେ ମୁହିଁ 

ଏ ପ୍ରେମର ଜଗତରେ ମୁଁ ହୃଦୟଟେ ଘୃଣାର

ନିଶେଷ କରିଦିଅ ମା' ଏ ଅନାବଶ୍ଯକ ଜୀବନ

ଜଗତର ସୁରକ୍ଷା ପାଇଁ ମୋତେ ବଦ୍ଧ କର ।


ସାର୍ଥକହୀନ ଏ ଜୀବନ ମରଣ ଠୁ ହୀନ

ଦୂରେଇଦିଅ ଏ ନିଶ୍ୱାସ ସମାଜର ହେଉ ମଙ୍ଗଳ

ନକରାତ୍ମକତାର ମନଟାକୁ ଶରୀର ସହ ଧ୍ୱଂସକର

ସବୁଠି ଅଦରକାରୀ ଏ ସନ୍ତାନ ତୋର 

ମା' ତୁମେ ପୂଣ୍ୟର ଦେବୀ ପାପୀକୁ ଉଦ୍ଧାର କର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action