STORYMIRROR

Anam Charan Sahoo

Inspirational

5.0  

Anam Charan Sahoo

Inspirational

ପୂଜନୀୟ

ପୂଜନୀୟ

1 min
27.3K


ଅବାଟରେ ଗଲେ ବାଟ ବତାନ୍ତି ଯେ
ଜୀବନରେ ଗୁୁୁରୁ ହୋଇ
ପାଷାଣ ହୃଦୟ ଜାଣେ ଆମ ମନ
ରୋଷ ନ କରନ୍ତି ସେହି।
ଛାତି ତଳ କୋହ ଆଖି ତଳ ଲୁହ
ଲୁୁୁଚାଇ ରଖି ଯେ ପାରେ
କଣ୍ଟକିତ ପଥ ସୁମନେ ସଜ୍ଜିତ
ଯାହାଙ୍କର କରୁୁଣାରେ।
ପରିଚୟ ମିଳେ ଏହି ସଂସାରରେ
ଯେଉଁ ଛାୟା ଦେବ ପାଇଁ
ଯାହାର ଆସନ ସରଗ ସମାନ
ମନ ଏକ ବନ୍ଦ ବହି।
ଯାହାଙ୍କ କାନ୍ଧରେ ଅତି ଆନନ୍ଦରେ
ଯାତ୍ରା ତୀର୍ଥ ଯାଏ ବୁୁଲି
ଘୋଡ଼ାକରି ପୁଣି ପିଠିରେ ବସଇ
ନାଉ ହୋଇ ଥାଏ ଝୁଲି।
ଯାହା ଆଖି ସଦା ଖୋଜି ବୁଲୁଥାଏ
ଦେଖିବାକୁ ମୋର ମୁହଁ
ଖୁସି ଭରିଥାନ୍ତି ଆଞ୍ଜୁୁଳାରେ ମୋର
ପୋଛି ମୋ ନୟନ ଲୁହ।
ଯାହାଙ୍କର ଋଣ ଶୁଝିବା ଦୂରୁହ
ପୁୁୁତ୍ର ରୂପେ ସଂସାରରେ
ବାପା ହୁଏ ଯିଏ ସେହି ଏକା ଜାଣେ
ମୂୂୂଲ ପର ଜୀବନରେ।
ଜନମଦାତ୍ରୀଙ୍କ ଯିଏ ପୂୂଜନୀୟ
ଦାତା ପଣେ କର୍ଣ୍ଣ ବୀର
ମହୀତଳେ ସିିିଏ ଜୀବନ୍ତ ଠାକୁର
ପୟରେ ଆନତ ଶିର।


Rate this content
Log in

Similar oriya poem from Inspirational