ପୂଜାଫୁଲ
ପୂଜାଫୁଲ
ହୃଦୟର ଭାଷା ଅକୁହା ସେ କଥା
କୁହନାହିଁ ଆଉ କିଛି
ହୃଦୟ ବଦଳେ ହୃଦୟଟେ ଦେଇ
ଉଡିଗଲା ମହୁମାଛି I
ଆଲୁଅ ଆସିବା ଆଗରୁ ଅନ୍ଧାର
ଛୁଇଁ ଦେଇଥିଲା ଦେହ
ଆଖିରୁ ଝରିଲା ଧାର ଧାର ଲୁହ
ଅନ୍ତରୁ ଉଠିଲା କୋହ I
ଚଲାପଥେ ସବୁ ଫୁଲ ବିଞ୍ଚିହେଲା
କଣ୍ଟା ବୋଲି କିଛି ନାହିଁ
ହୃଦୟର କଥା ହୃଦୟ ବୁଝିଲା
ମଥାକୁ ଢାଙ୍କିଲା ଛାଇ I
ଏତେ ଅଘଟଣ କାହିଁକି ଘଟିଲା
ଝାଣି ବି ମୁଁ ଜାଣି ନାହିଁ
ଏତିକି ଜାଣିଛି ପ୍ରୀତିର ପରାଗ
ହୃଦୟକୁ ଗଲା ଛୁଇଁ I
ସେଇ ହୃଦୟର ନିରୋଳା ସ୍ଥାନରେ
ଲେଖିଦେଲି ନାଁ ମୋର
ପ୍ରିୟତମା ମୋର ଆଶାର ଆକାଶ
ମୋ ପ୍ରୀତିର ପୂଜାଫୁଲ I

