STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ପୁସ୍ତକ

ପୁସ୍ତକ

1 min
395


ବନ୍ଧୁ ପରି ବନ୍ଧୁ ପୁସ୍ତକ ଆମର

ତାପରି ହୋଇବ କିଏ ?

ବେଳ ଅବେଳରେ ସଦା ସିନା

ବାଟ ଆମକୁ ଦେଖାଇ ଦିଏ ।୧।

ଭୁଲ୍ ଠିକ୍ କରି ଚଳିବା କଥାଟି

ପୁସ୍ତକରୁ ଆମେ ଜାଣୁ ।

ନିତି ନିତି ଆମେ ପୁସ୍ତକ ପଠନ

ଅଭ୍ୟାସ ନିରତ ତେଣୁ ।୨।

ଉପନିଷଦ ବେଦ ବେଦାନ୍ତ ଆଉ

ପୁରାଣ ପୁସ୍ତକମାନ ।

ଭିନ୍ନ ଭିନ୍ନ ରୁଚି ଥାଏ ପାଠକର

କରେ ପୁସ୍ତକ ପଠନ ।୩।


ବନ୍ଧୁ ସିନା କେବେ ହତାଦର କରେ

ପୁସ୍ତକ କି କରେ ତାହା।

ପୁସ୍ତକ ପଠନ କରିଲେ ଆମକୁ

ଜୀବନେ ମିଳଇ ରାହା ।୪।


କେତେ କେତେ ଅଜ୍ଞ ହୋଇଛନ୍ତି ବିଜ୍ଞ

ପୁସ୍ତକ ପ୍ରଭାବେ ଦେଖ ।

ଆଜି ଯିଏ ବଡ ଜୀବନରେ ତାର

ପୁସ୍ତକ ଆଣିଛି ସୁଖ  ।୫।


ପୁସ୍ତକ ଖଣ୍ଡିଏ ଆଖିରେ ପଡିଲେ

ମିଳିଲେ କି ସରସ୍ଵତୀ ।

ଏମିତି ଭାବେ ମୁଁ କି ଆନନ୍ଦ ହୁଏ

ପଢେ ତାକୁ ଦିନ ରାତି  ।୬।


ଗୀତା ଭାଗବତ ଜୀବନ ଦର୍ଶନ

ସୁଗମ ପଥ ଦେଖାଏ ।

ଧର୍ମ ଅର୍ଥ କାମ ମୋକ୍ଷ ପ୍ରାପତର

ଆଲୋକ ଆମକୁ ଦିଏ ।୭।


ପୁସ୍ତକ ପଢିବା ଉପହାର ଦେବା

ଜୀବନେ ସଦା ଆମର ।

ପୁସ୍ତକର ଗୁଣ ଗାନ କର ସେ ତ

ଉତ୍ତମ ବନ୍ଧୁ ଆମର  ।୮।


સામગ્રીને રેટ આપો
લોગિન

Similar oriya poem from Inspirational