STORYMIRROR

Ranjit Sahu

Abstract Classics Inspirational

3  

Ranjit Sahu

Abstract Classics Inspirational

ପୁସ୍ତକ

ପୁସ୍ତକ

1 min
168

ସ୍ପର୍ଶରେ ତାହାର ଅନେକ ପୁଲକ,

ହେଉ ଯେତେ ନୂଆ ଅବା ପୁରୁଣା,

ପୁସ୍ତକର ମାନ ଯିଏ ବୁଝେ ନାହିଁ,

ସାକ୍ଷର ହୋଇବି ରହେ ଅଜଣା I  

ପ୍ରତି ପୃଷ୍ଠାରେ ଲିପିବଦ୍ଧ ହୁଏ,

କିଛି ଶବ୍ଦର ସମୂହ ସେ ନୁହେଁ,

ମନର ଭାବର, ଆତ୍ମ ଚିନ୍ତନର, 

କଳ୍ପନାର କେବେ କଥା ସେ କୁହେ I 

ନିଃସଙ୍ଗର ସାଥି ନିରାଶାରେ ଆଶା,

ସାହା ସାଜଇ ଏକାନ୍ତ ପ୍ରହରେ,

ଗଢ଼ି ଥାଏ ପୁଣି ମନରେ ଜିଜ୍ଞାସା, 

ଜ୍ଞାନର ଗଙ୍ଗା ବହେ ପୁସ୍ତକରେ I 

ମହକରେ ତାର ଯିଏ ଭିଜି ନାହିଁ,

ନର ଜନ୍ମ କି ପାରିବ ଆଦରି?

ପୁସ୍ତକରେ ଲୁଚେ ଜୀବନ ଦର୍ଶନ,

ଜନ୍ମ ଚକ୍ରରୁ ହୁଏ ନର ପାରି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract