STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ପୁସ୍ତକ ସମ୍ପଦ

ପୁସ୍ତକ ସମ୍ପଦ

1 min
324


ପୁସ୍ତକ ମୌକ୍ତିକ ରମ୍ୟ ଉପହାର 

   ଶବଦ ମଞ୍ଜୁଳ ଧନ , 

ବହୁ ପୁରାତନ  ଅମୂଲ୍ୟ ସମ୍ପଦ 

  ସର୍ବଯୁଗେ  ହରେମନ ! ! 


ଋଷି ମୁନିଋଷି  ପୁସ୍ତକ ସରାଗି 

   ଜ୍ଞାନଜ୍ୟୋତି  ସୁତ୍ରଧର , 

ପୁରାଣେ ବର୍ଣ୍ଣିତ ପୁସ୍ତକ ମହତ୍ତ୍ଵ 

    ଗୁପ୍ତଜ୍ଞାନ  ଗନ୍ତାଘର ! ! 


ଅଗାଧ ପାଣ୍ଡିତ୍ୟ  ପୁସ୍ତକେ ନିହିତ 

   ଗୁରୁକହେ  ଆହେଶିଷ୍ୟ , 

ପୁସ୍ତକ ପଠନ  ଜୀବନ ଦର୍ଶନ 

   ଜିଜ୍ଞାସୁର   ଅଭିଳାଷ ! ! 


ସ୍ଵର୍ଣ୍ଣାଭ ସ୍ଵାକ୍ଷର ଜ୍ଞାନ ଗନ୍ତାଘର 

     କୁହୁକ ମନ୍ତର ପେଡ଼ି , 

କବି ପ୍ରାବନ୍ଧିକ  ଗାଳ୍ପିକ ରସିକ 

   ପୁସ୍ତକ ପ୍ରେମରେ ଯୋଡି ! ! 


 ବିଜ୍ଞ ବୈଜ୍ଞାନିକ ଡାକ୍ତର ବଇଦ 

     ସଭିଏଁ ପୁସ୍ତକ ବନ୍ଧୁ , 

ଜ୍ଞାନ ଆରୋହଣେ ସୌଭାଗ୍ୟ ବିଜୟେ 

   ସାଜନ୍ତି ସମାଜେ ସିନ୍ଧୁ ! ! 


ପୁସ୍ତକ ମହଲ ପ୍ରକୃତ ସମ୍ପଦ 

    ଲେଖନୀର ପ୍ରୀତି ଧାର , 

କବିକି ଲେଖକ  କୁଶଳୀ ଯାନ୍ତ୍ରିକ 

     ପୁସ୍ତକର  ମଧୁସ୍ଵର ! ! 


ଅକୁହା କଥାର ପରମ ସଙ୍ଗାତ 

    ପୁସ୍ତକ ଧବଳ ପୃଷ୍ଠା , 

କଲମ କାଳିରେ କବି ଲେଖି ଦିଏ 

    ଆହାକି ଶରଧା ନିଷ୍ଠା ! ! 


ହସ କାନ୍ଦ ଭରା ପୁସ୍ତକ ପସରା 

    ଗାଳ୍ପିକ କୁହୁକ ଗାଥା , 

ସୁଖଦୁଃଖ ଛବି ଦୃଶ୍ୟମାନ ଅତି 

  ନଇଁଯାଏ  ଆପେମଥା ! ! 


ସମାଜିକ ଚିତ୍ର  ପୁସ୍ତକର ମିତ୍ର 

   ସଂସାରେ ସଂସାରି ସାଥୀ , 

ଅନବଦ୍ୟ କୃତି ସୃ୍ଷ୍ଟି କରିଛନ୍ତି 

  ବରେଣ୍ୟ ସାଧକ ମୈତ୍ରୀ ! ! 


ଭାରି ଉପାଦେୟ ଅଶେଷ ସମ୍ପଦ 

    ବିଦ୍ୟାରତ୍ନ ମୁକ୍ତାମଣି , 

ପୁସ୍ତକ ଗୌରବ ବିଦ୍ୟାର୍ଥୀ ବାନ୍ଧବ 

     ଜ୍ଞାନ ବାଣ୍ଟେ ମନ ଜାଣି ! ! 



Rate this content
Log in

Similar oriya poem from Inspirational