ପୁସ୍ତକ ପ୍ରାଧାନ୍ୟ
ପୁସ୍ତକ ପ୍ରାଧାନ୍ୟ
ବହି ମୋତେ ନିତି ଖୋଜା ପଡେ
ସଂସାର ଗଢିବା ବେଳେ
ହୃଦୟ ଯୋଡିଲା ବେଳେ
ହୃଦୟ ଭାଙ୍ଗିଲା ବେଳେ
କାହିଁକି ତୁମେ କେବେ ଅନୁଭବି ହୋଇନ କି ।।
ପାଇଥିଲି ଗୋଟେ ବନ୍ଧୁଠାରୁ ଅମୂଲ୍ୟ ବହିଟେ
ଲେଖା ଥିଲା ଉପରେ ନାମ ଟି
" ଅମାବାସ୍ୟାର ଚନ୍ଦ୍ର " ଲେଖିଥିଲେ ମୋର
ପ୍ରିୟ ଲେଖକ ପ୍ରେମିକ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର।।
କଥା ଥିଲା ପଢ଼ି ସେ ବହି
ଦୁଇ ତିନି ଦିନରେ ଦେବି ମୁଁ ଫେରେଇ
ସତ କଥା କିଛି ନକହି
ପଣ କରିଲି କେବେ ବହିଟିକୁ ନ ଦେବି ଫେରେଇ
ଏମିତି ଭାବି ମୁଁ ମିଛ କଥା କହି
ବହିଟିକୁ ରଖିଲି ମାେ ପାଖେ ଛଅ ମାସ ମୁହିଁ
ନିତି ପଢେ ସେ ବହି ଶହ ଶହ ଥର ମନେ ମାେ ନାହିଁ ।।
ଯେତେ ଥର ପଢେ ନିରୋଳାରେ ସେ ବହି
ସେତେ ସେତେ ପ୍ରେମେ ପଡେ ସନ୍ଦେହ ଟି ନାହିଁ
ଧାଡ଼ି ଧାଡ଼ି ଶବ୍ଦ ସବୁ ଗଲା ସ୍ମୃତି ହେଇ
ଯେଉଁ ଦିନ ଶୁଣିଦେଲି ମୋ ପ୍ରିୟ ଲେଖକ
ଆଉ ଏ ଦୁନିଆରେ ସ୍ଵଦେହରେ ନାହିଁ
କିଛି ଦିନ ବାଇ ପ୍ରାୟ ଝୁରି ମରୁଥାଇ
ପାରିଲିନି ଥରେ ହେଲେ ଭେଟ ତାଙ୍କ ସହ କରି ମୁହିଁ
ଅବଶୋଷ ରହିଥିଲା ରହିଥିବ ଛାତି ତଳେ ଚେଇଁ ।।
କାଉଲ ଚରିତ୍ର ଛୁଇଁ ଗଲା ହୃଦୟକୁ ମୋର
ଅନ୍ତିମ ରଚନା ପ୍ରଶ୍ନ ସାଜି ବ୍ୟଥିତ କଲା ବାର ବାର
ଏମିତି ଦିନ ଆସିଲା ସତ ମୁଁ କହୁଛି
ରାସ୍ତା ଘାଟ ଯହିଁ ଗଲେ ପ୍ରତିକ୍ଷାରତ ମାେ ଚକ୍ଷୁ ଦୁଇ
ଖୋଜି ଖୋଜି ନୟାନ୍ତ ହୋଇଲା ସେ ଚରିତ୍ର ପାଇଁ କି
ସବୁ ମଣିଷରେ ଖୋଜେ କାଉଲ୍ ର ଚରିତ୍ର
କାହୁଁ ବା ପାଇବି ସତେ ଦଗା ଦିଆ ସେ ପ୍ରେମିକ
ପ୍ରେମରେ ପୂର୍ଣ୍ଣତା ଦେଇ ସହଜେ ଖସଇ
କେତେ ଯେ ନାରୀ ଚରିତ୍ର ଗୋପନେ ଲୋତକ ବୁହାଇ
କେହି ଦୋଷ ଦିଏ ନାହିଁ ତାରେ
କେମିତି କେଜାଣି ପ୍ରତି ମୁହୂର୍ତ୍ତରେ କାଉଲ କୁ ଝୁରେ ।।
ଏମିତି ମୋର ବହି ନିଶା ଆଉ କିବା ବଖାଣିବି
ବିମୁଗ୍ଧ ପାଠିକା ମୁଁ ଯେ ସ୍ବୀକାର କରିବି
ବହି ମୋର ଆତ୍ମା ସତ୍ୟ ସ୍ନାୟୁ ତନ୍ତ୍ରୀ ଅଧିକାରୀ
ଶପଥ କରି କହୁଛି ନ ପାରିବି କ୍ଷଣେ ବଞ୍ଚି ପୁସ୍ତକ କୁ ଝୁରି
ଏତିକିରେ ଅନୁଭୂତି କରୁଛି ମୁଁ ଇତି
ପ୍ରତି ହୃଦୟରେ ରହୁ ପୁସ୍ତକ ପ୍ରୀତି ଏଇମିତି ଦିନ ରାତି
ଆଜୀବନ ସାଥେ ରଖ ପାଠକର ସ୍ମୃତି ହୃଦୟେ ସାଇତି ।।