STORYMIRROR

SURESH KUMAR MOHAPATRA

Crime

3  

SURESH KUMAR MOHAPATRA

Crime

ପୁରୁଷୋତ୍ତମ ରାମ

ପୁରୁଷୋତ୍ତମ ରାମ

1 min
256

ହେ ରାମ 

ମନେ ବାଞ୍ଛଇ

କାଳେ ଲଭଇ

ତଵ ଶ୍ରୀ ଗାଥା

ଶବ୍ଦ ଗଢଇ

ଶୃଙ୍ଗାର ରଚଇ

ହରିନାମ କଥା ।

ତଥା ବଚନେ

କୋଟି ଲୋଚନେ

କେତେ ଯେ ସୀତା

ପ୍ରତିଘରେ ଘୋରେ

ବନ୍ଦୀ ପ୍ରତାଡୀତ

ବର୍ଷେ ଦହନେ

ହର୍ଷେ ଗମନେ

ରାବଣର କାୟା

ରାଜ ରାସ୍ତାରେ...।

ମନେ କି ଜଳେ

ରୁଗ୍ଣ ରାବଣ 

ଅପରାଧୀ ସେ

ତ୍ରେତୟାରୁ ଯେ

କଳିର କାୟାତଳେ ।

କାହୁଁ ଭାଳିବି

ପିତା ଦଶରଥ

କୈକେଇ ମାତା

ଲକ୍ଷ୍ମଣ ଭ୍ରାତା

କପିସୁ ସାଥି

ଯିବେହିଁ ରାମ

ଯୌବନ ପୌରୁଷରେ ।

ହିଂସ୍ର ମାନବ

ଆତ୍ମା ଦାନବ

ହିଂସ୍ର ରାବଣ

ନିଶ୍ଚେ ମରିବ

ଧର୍ମ ରହିବ

ହାତେ ସୂର୍ଯ୍ୟବଂଶୀ ।

ଦେଖିବେ ଭାନୁ

ନୂଆ ନଭଯେ

ସତ୍ୟ ଯୁଗ ।

ଥିବ ଲେଉଟି।



Rate this content
Log in

Similar oriya poem from Crime