ପୁରୁଣା ପୃଷ୍ଠା
ପୁରୁଣା ପୃଷ୍ଠା


ଆଜି ମୁଁ...
ପୁରୁଣା ପୃଷ୍ଠା କିଛି ଓଲଟେଉଛି...
କିଛି ପୃଷ୍ଠା ଚିରି ଯାଇଛି...
ତ...
କିଛି ପୃଷ୍ଠା ଲିଭି ଯାଇଛି ।
କିଛି କିଛି...
ସ୍ମୃତିକୁ ପୁଣି ତାଜା କରି...
ଅତୀତର ଅଭୁଲା ଗାଥା ସବୁକୁ...
ଲୁହରେ ଭିଜେଇ ଦେଉଛି ।
କେତେ କଥା...
ପ୍ରତୀତ ହଉଛି ନୂଆ ନୂଆ...
ଅଶିଖା ଜଟିଳ ବର୍ଣ୍ଣମାଳା ପରି...
ମସ୍ତିଷ୍କ ଭିତରୁ ଉଭେଇ ଯାଉଛି ।
ତଥାପି କାହିଁକି...
କିଛି ପୁରୁଣା ବକେୟା ଅଙ୍କ...
ଆପେ ଆପେ ଉଧାରୀ ଖାତାରେ...
ମୋ ଅଜାଣତରେ ଯୋଡି ଯାଇଛି ।
ମନେ ପଡେ...
ସେ ସାଙ୍ଗ ମେଲେ ଧୂଳିଖେଳ...
ଆଉ ଛୁଆ ବେଳ ଲୁଚକାନି...
ସବୁ ରଙ୍ଗୀନ ହୋଇ ନାଚୁଛି ।
ସେ ଅଭୁଲା...
ବାପା ମା ଗେହ୍ଲ କଥା...
ଭାଇ ଭଉଣୀ ସ୍ନେହ ମମତା...
ସବୁ କାଲି ପରି ଲାଗୁଛି ।
ସବୁ ଥାଇ...
ଆଜି ମୋତେ କେଜାଣି କାହିଁକି...
ଆବଦ୍ଧ ନିରୋଳା କୋଠରୀ ଭିତରେ...
ସବୁ ଏକା ଏକା ଲାଗୁଛି ।