STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ପୁରୁଣା ବର୍ଷ-୨୦୨୨

ପୁରୁଣା ବର୍ଷ-୨୦୨୨

1 min
351


ସମସ୍ତେ କହୁଛ ନୂଆବର୍ଷ ଦେଖି

ସ୍ବାଗତ ଘେନ ହେ ମୋର

ସଭିଙ୍କ ଉତ୍ସାହ ହୃଦୟ କୋଣରେ

ଆନନ୍ଦେ ଆଖିରୁ ଝର।୧


କିଏ ବସିକରେ ଯଜ୍ଞ ଆଉ ହୋମ

କିଏ ବୁଲେ ତୀର୍ଥଭୂମି

କିଏ ଆନନ୍ଦିତ ହୋଇକି କରୁଛି

ଭୋଜି ମହୋତ୍ସବ ଜାଣି?୨


ପୁରୁଣାକୁ ମୋଟେ ହେୟ କର କିଆଁ

ଈଶ୍ବର ନିର୍ଦ୍ଦେଶ ପାଇ

ଶାସନ କରିଲା ଆଣି ଥାଉ ପଛେ 

ବନ୍ଯା ବାତ୍ଯା ରୋଗ ଛାଇ।୩


ତଥାପି ତ ମୁହିଁ ବଡ଼ ଆନନ୍ଦିତ

ଥିଲା ମୋ ସଂସାର ଛୋଟ

ଏ ନୂଆ ବର୍ଷରେ ସଂସାର ବଢି଼ଲା

ମାରିବାକୁ ଦୁଃଖ ଚୋଟ।୪


କିଏ ଜାଣିଥିଲା ସୁଖର ହାଟରେ

ଲୁଚିକି ରହିଛି ଦୁଃଖ

ସମୟ ଦେଖିକି ଗଜାଟେ ବାହାରି

ଛଡେ଼ଇ ନେବାକୁ ସୁଖ।୫


ଦୁଇଟି ସନ୍ତାନ ଜନ୍ମ ଦେଇକରି

ବାପା ଦିନେ ହୋଇଥିଲି

ଖାଇବା ପିଇବା ଶୋଇବା ନ ଦେଇ

ଗାଳି ନିତି ଶୁଣୁଥିଲି।୬


ଯେମିତି ଆସିଲା ଏ ନୂଆ ବର୍ଷଟି

କୋଳକୁ ଯମଜ କନ୍ଯା

କୁଆଁକୁଆଁ ରାବି କହିଲେ ବାପା ହେ

ଆଖିରୁ ନ ଝରା ବନ୍ଯା।୭


ଧନ୍ଯବାଦ ସହ କୋଟିଏ ପ୍ରଣାମ

ଦେଖାଇ ଆଲୋକ ବାଆ

କୃତାର୍ଥ କରିଲ ଜୀବନକୁ ଆମ

ଏ ନୂଆବର୍ଷ ହିଁ ରାହା।୮


ଲୁହର ଝରରେ ଗାଧୋଇଲି ମୁହିଁ

କେମିତି ପୋଷିବି ବୋଲି

ଏ ନୂଆ ବର୍ଷକୁ ହାତ ଯୋଡି଼କରି

ଅଭିଯୋଗ କରିଗଲି।୯


ହସିକି କହିଲା ମୋତେ ନୂଆବର୍ଷ 

ସବୁ ହିଁ ଇଛା ଈଶ୍ବର

ପୁରୁଣା ପାଖରେ କୃତଜ୍ଞ ହେଲେ ବି

କର୍ମଫଳ ତୁମେ ଧର।୧୦

      


Rate this content
Log in

Similar oriya poem from Abstract