STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ପୁନର୍ମୂଷିକ ନ ଭବଃ

ପୁନର୍ମୂଷିକ ନ ଭବଃ

1 min
224

ଛାଡିଥିବା ପାପ କାଢିଥିବା ଛେପ 

କା‌ହି଼ଁ ପୁଣି ଆପଣାଏ,

ବାର ବରଷର ଜପ ତପ ସବୁ 

ଶୁଖୁଆ ପୋଡାରେ ଯାଏ

ମାସକ ଯାକର ପାହାନ୍ତିଆ ବୁଡ଼

କାହିଁ ପାଇଁ ସେ ପକାଏ,

ମାସ ଅନ୍ତ ହେଲେ ପୂଣ୍ୟର ପଥରୁ

ଆପେ ଅପସରି ଯାଏ

ଅନ୍ଧ ପୁଟୁଳିକୁ ଖୋଲିଦେ ମାନବ

ଖୋଲିଦେ ଜ୍ଞାନ ନୟନ,

କେତେ ଦିନ ଆଉ ଅଜ୍ଞାନ ନିଦ୍ରାରେ

ଶୋଇଥିବୁ ରାତି ଦିନ

ପତିତ ପାବନ ଉଦ୍ଧାର ନିମିତ୍ତ

ବଢାଇଛନ୍ତି ଶ୍ରୀକର,

ହାତ ବଢାଇଲେ ହାତ ଧରିନେବେ

ମନରୁ ଛାଡ଼ିଦେ ଡର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract