STORYMIRROR

Sarojini Mishra

Classics

4  

Sarojini Mishra

Classics

ପୁଣ୍ୟ ପଞ୍ଚୁକ

ପୁଣ୍ୟ ପଞ୍ଚୁକ

2 mins
384


ମାସ ମଧ୍ୟେ ସାର କାର୍ତ୍ତିକ ମାସ ଯେ

ତା ମଧ୍ୟେ ପୁଣ୍ୟ ପଞ୍ଚୁକ

ପ୍ରତ୍ୟେକଟି ଦିନ ପୁଣ୍ୟମୟ ପରା

ଏ ମାସେ ବେଦ ଉଦ୍ଧାର ।


କିଏ କହେ ପୁଣି ବକ ପଞ୍ଚୁକ ଯେ

କେ କହେ ଭୀଷ୍ମ ପଞ୍ଚୁକ

କିଏ କହୁଥାଏ ବିଷ୍ଣୁ ପଞ୍ଚୁକ ବା

କେ କହେ ମହା ପଞ୍ଚୁକ ।


କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀ

ପୁଣ୍ୟ ପଞ୍ଚୁକ ଆରମ୍ଭ

ପୂର୍ଣ୍ଣମୀର ଡଙ୍ଗା ଭସାରେ ନିଅଇ

ପୁଣ୍ୟ ପଞ୍ଚୁକ ବିଦାୟ ।


ନିତି ପ୍ରତି ବକ ମାଛ ଖାଇଥାଏ

ପଞ୍ଚୁକ ପାଳନ କରେ

ପାଞ୍ଚଟି ଦିନରେ ପୁଣ୍ୟ ପାଇବାକୁ

ଧ୍ୟାନ କରି ବସିଥାଏ ।


ବକ ପଞ୍ଚୁକର ଗାଥାରେ ନିହିତ

ବିଜ୍ଞାନର ଏକ ଧାରା

କାର୍ତ୍ତିକ ମାସରେ ମତ୍ସ୍ୟ ରୋଗାକ୍ରାନ୍ତ

ଖାଇବା ପାଇଁ ଯେ ମନା ।


ଭୀଷ୍ମ ପଞ୍ଚୁକର ଗାଥାରେ ଲେଖା ଯେ

ଭୀଷ୍ମ ଶରଶଯ୍ୟା ଗାଥା

ଶର ଶଯ୍ୟାରେ ସେ ପାଣ୍ଡବ - କୃଷ୍ଣଙ୍କୁ

କହିଥିଲେ ଧର୍ମ କଥା ।

ରାଜଧର୍ମ, ମୋକ୍ଷ ଧର୍ମ , ଦାନ ଧର୍ମ

ସବୁର ଗୁଢ ରହସ୍ୟ

ପିତାମହ ପରା ବତାଇ ଥିଲେ ଯେ

ପାଣ୍ଡବେ ଯେ ମହାଶିଷ୍ୟ ।


ପ୍ରଥମ ଦିନଟି ନାମିତ ହୋଇଛି

ଦେବୋତ୍ଥାନ ଏକାଦଶୀ

ବେଦର ଉଦ୍ଧାର କରିବା ପାଇଁକି

ଦେବଗଣଙ୍କର ସ୍ତୁତି ।


ଏହି ପଞ୍ଚୁକରେ ବେଦର ଉଦ୍ଧାର

ଶଙ୍ଖ ସୁର ହୁଏ ବଧ

ପ୍ରବୋଧିନୀ ଏକାଦଶୀ ବି କୁହନ୍ତି

ପ୍ରବୋଧନା ଯା ର ସୂତ୍ର ।


ପଞ୍ଚକର ପାଞ୍ଚ ଦିନଟି ପବିତ୍ର 

କାକ ସ୍ନାନ ବକ ଧ୍ୟାନେ

ମନ ଓ ହୃଦୟ ହୁଅଇ ପବିତ୍ର

ପ୍ରଭୁଙ୍କ ନାମ କୀର୍ତ୍ତନେ ।


ପଞ୍ଚ ମୁରୂଜ ବି ପଞ୍ଚ ତତ୍ତ୍ଵ କଥା

ଆମକୁ ବଖାଣୁ ଥାଏ

ପଞ୍ଚ ମହାଭୂତ ପଞ୍ଚ ଇନ୍ଦ୍ରିୟର

କଥା କହି ଦେଉ ଥାଏ ।


ତୁଳସୀ ମୂଳର ପଞ୍ଚୁବର୍ଣ୍ଣୀ ଛବି

ଅଟେ ଯେ ପବିତ୍ରମୟ

ଆକାଶ ଦୀପରେ ମନ ପବିତ୍ରତା

ହୋଇଥାଏ ଯେ ଚିତ୍ରିତ ।


ପଞ୍ଚକର ଚତୁର୍ଦ୍ଦଶୀ ତିଥିଟିନେ

ଅପୂର୍ବ ଆଭା ମଣ୍ଡିତ

ଶ୍ରିବ ବିଷ୍ଣୁ ଙ୍କର ପୂଜନର ଧାରା

ଏକା ସାଥେ ସମାପନ ।

ବଇକୁଣ୍ଠ ଚତୁର୍ଦ୍ଦଶୀ ବେଲାଏ ଯେ

ବଡ଼ ଓଷା ପୁଣି ହୁଏ

ଶିବ ବି ପୂଜନ୍ତି ବିଷ୍ଣୁଙ୍କୁ ଏ ଦିନେ

ବିଷ୍ଣୁ ପୂଜନ୍ତି ଯେ ଶିବେ ।

ଏ ତିଥି ଅଟଇ ଶିବ ବିଷ୍ଣୁଙ୍କର

ମହାମିଳନର ତିଥି

ଏ ଦିନେ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର

ଦିଅନ୍ତି ପାର୍ବତୀ ପତି ।

ପୁଣ୍ୟ ପଞ୍ଚୁକରେ ଶ୍ରୀମନ୍ଦିରେ ହୁଏ

ପାଞ୍ଚ ପ୍ରକାରର ବେଶ

ଠିଆକିଆ ବାଙ୍କଗୁଡ଼, ତ୍ରିବିକ୍ରମ

ଲକ୍ଷ୍ମୀ ନୃସିଂହ ଙ୍କ ବେଶ ।

ପଞ୍ଚମ ଦିନରେ ରାଜାଧିରାଜ ଯେ

ବେଶ ଯେ ମନ ମୋହଇ ।

ଭକ୍ତ ହଜିଯାଏ ତଲ୍ଲୀନ ଯେ ହୁଏ

ଭକ୍ତିରେ ମଗନ ହୁଏ ।


ପୁଣ୍ୟ ପଞ୍ଚକରେ ପାଞ୍ଚୋଟି ' କ ' ଯେ

ସୁନ୍ଦର ତତ୍ତ୍ଵ କୁ କହେ

କ୍ରୋଧ, କପଟ, କଟୁ ବଚନକୁ

ତ୍ୟାଗ ପାଇଁ ବାର୍ତ୍ତା ଦିଏ ।

କୁ ସଙ୍ଗର ତ୍ୟାଗ କାମନା ବିନାଶ

ବାର୍ତ୍ତା କାନେ କାନେ କହେ

ପୁଣ୍ୟ ପଞ୍ଚୁକ ର ତତ୍ତ୍ଵ ମୟ ବାର୍ତ୍ତା

ମନ ମହକାଇ ଦିଏ ।


Rate this content
Log in

Similar oriya poem from Classics