ପୁଣି ଥରେ ଆସ ଜଗନ୍ନାଥ
ପୁଣି ଥରେ ଆସ ଜଗନ୍ନାଥ
କାଳ ର ଶରଶଯ୍ଯାରେ
ସମୟ ଏଠି ରକ୍ତାକ୍ତ
ଚିତ୍କାର ଶୁଣିବ କିଏ ?
ଅଛୁପା ଯନ୍ତ୍ରଣା
ଅସୁମାରୀ କୋହ
ବିବେକ ମରି ଶୋଇଛି
ମନ ଓ ଆତ୍ମା କ୍ଷତବିକ୍ଷତ ।
ଅସହାୟ ବାର୍ଦ୍ଧକ୍ୟ
ଶୈଶବ ର ଅସହଯୋଗ
ପଥଭଷ୍ଟ୍ର ଯୌବନ
କେଉଁଠି ଅଛ କୁହ
ତୁମେ ସାମାଜିକ ସଂସ୍କାର ?
କଳିକାଶୁର ର ଉତ୍ପାତ
ମହର୍ଷି ମାନେ ମୂକ
ଧର୍ମ ଓ ସଂସ୍କାର ପାଇଁ
ପୋଥି ଭିତରୁ ତମେ
ଵାହିରି ଆସ ପୁଣି ଥରେ ଜଗନ୍ନାଥ ।