STORYMIRROR

Bharatabandhu Biswal

Tragedy Inspirational Children

3  

Bharatabandhu Biswal

Tragedy Inspirational Children

ପୁଣି ହସିବ ଶିକ୍ଷାର ମନ୍ଦିର

ପୁଣି ହସିବ ଶିକ୍ଷାର ମନ୍ଦିର

1 min
131


ପାହି ଆସୁଅଛି  ତମସା ରଜନୀ

  ପୂରୁବା ଦିଶଇ ନାଲି

ଉଦୟ ଅରୁଣ  ଉଠନ୍ତି ବିକଶି

   ଗୁଞ୍ଜଇ ପକ୍ଷୀ କାକଳି ।


ଶୁଭେ ହମ୍ବାରବ  ଉତ୍କଣ୍ଠ ଜୀବନ

   ନିର୍ଝର ପ୍ରବହମାନ

ଚୂର୍ଣ୍ଣ କରୁଅଛି  ବାଧା ପ୍ରତିବନ୍ଧ

  ପ୍ରସ୍ତର ଶିଳା କଠିନ ।


ଉଚ୍ଛନ୍ନ ସୁମନ ସରଳ କୋମଳ

  ଅବୋଧ ଶିଶୁ କିଶୋର

ଡାକେ ହାତ ଠାରି ଶିକ୍ଷା ଆୟତନ

  ସୁନ୍ଦର ବିଦ୍ୟା ମନ୍ଦିର ।


ଦୂରିଭୂତ ହେଉ  ଅଜ୍ଞାନ ଅନ୍ଧାର

   ସୁଲଭୁ ଜୀବନ ଗତି

ପ୍ରବହୁ ଶୀତଳ  ମୃଦୁ ସମୀରଣ

  ରୋଗ ଦୁ:ଖୁ ମିଳୁ ମୁକ୍ତି ।


ହେଉ ସୁପ୍ରଭାତ  ସ୍ୱଚ୍ଛନ୍ଦ ସୁନ୍ଦର

   ମଧୁମୟ ନବବର୍ଷ

ହସିଉଠୁ ପୁଣି  ଶିକ୍ଷାର ମନ୍ଦିର

  ହସୁ ମୋ ଭାରତ ଦେଶ ।



Rate this content
Log in

Similar oriya poem from Tragedy