ପୁଣି ଭିଜିବା ବର୍ଷାରେ
ପୁଣି ଭିଜିବା ବର୍ଷାରେ
ଆ ! ମୋ ପାଖକୁ ପ୍ରିୟା ଥରେ
ସବୁ ରାଗ ରୁଷା ରଖି ଦୂରେ
ହଜିଯିବା ପ୍ରେମ ଦୁନିଆଁରେ
ଆମେ ପୁଣି ଭିଜିବା ବର୍ଷାରେ ।
ରିମ୍ ଝିମ୍ ସୁରେ ଗୀତ ଗାଇ
ଦେଖ ବରଷା ଆସିଛି ଖୁସି ନେଇ
ଗ୍ରୀଷ୍ମର ତାପ ଯାଇଛି ଉଭେଇ
ଶୀତଳ ବର୍ଷାର ସ୍ପର୍ଶ ପାଇ ।
ଚୁପ୍ ଚାପ୍ ଆମ ସହରରେ
ବର୍ଷା ଆସିଛି ଏତେ ଦିନ ପରେ
ସୁଗନ୍ଧିତ ମାଟି ବାସ୍ନାରେ
ଚଞ୍ଚଳା ଚପଳା ଆଲୋକରେ ।
ଧରଣୀ ହସେ ଆଜି ଆହ୍ଲାଦରେ
ବନ ଉପବନେ ପୀକ ନୃତ୍ୟରେ
ଧାନ କ୍ଷେତର ସବୁଜ ସ୍ଵାକ୍ଷରରେ
ଉଛୁଳା ନଦୀର ପ୍ଲାବନରେ ।
ସବୁ ଅଭିମାନ ରଖି ଦୂରେ
ଆ ! ମୋ ପାଖକୁ ପ୍ରିୟା ଥରେ
ଧରି ନେ' ବାହୁ ବନ୍ଧନରେ
ପୁଣି ଭିଜିବା ଆମେ ବର୍ଷାରେ ।

