ପୁନଃ ପୁନଃ ନମସ୍କାର
ପୁନଃ ପୁନଃ ନମସ୍କାର
ପଡୁନାହିଁ ପଲକ ତୋ ଚକା ଦୁଇ ନୟନରେ
ପ୍ରାଣନାଥ ଜଗନ୍ନାଥ ନିଳାଦ୍ରିଶ କଳା ଶ୍ରୀମୁଖ ,
ଭକ୍ତ ଭିଡ କଳାହାଟ ଦ୍ବାରେ ତୋ ଗହଳି
କୃପାକର ଏ ଅଧମ ଆଶାୟୀ ବି ଦରଶନ ରଙ୍କ ।
ନାଥ ତୁମେ ଜଗତର ସର୍ବ କାର୍ଯ୍ଯ ଓ କାରଣ
ତୁମେ କୃଷ୍ଣ ଆକର୍ଷଣ ହୃଦ୍ଯବୋଧ ଶାନ୍ତିର ନିଧାନ ,
ଅଭୟ ଆଶ୍ରୟ ସ୍ଥଳ ଅଟ ତୁମେ ସର୍ବ ଶକ୍ତିମାନ
ବିରାଜୁଛ ପ୍ରାଣ ରୂପେ ଆଦିକନ୍ଦ ପ୍ରତି ହୃଦକନ୍ଦ ।
ସବୁକିଛି ତୁମେ ପ୍ରଭୁ ଜଗଦୀଶ ବିରାଜ ସବୁଠି
ଭୂତ ତୁମେ ବର୍ତ୍ତମାନ ଭବିଷ୍ଯତ ଆଧାର ପ୍ରକୃତି,
ସବୁ ଦୃଶ୍ଯ ଅନ୍ତହୀନ ଦୃଶ୍ଯ ତୁମେ ହେ ଅଚ୍ୟୁତ
ଆତ୍ମଶୁଦ୍ଧି ଯୋଗସିଦ୍ଧି ସଦଗତି ମୁକ୍ତି ପ୍ରାଣ ଶକ୍ତି ।
ହେ ଠାକୁର ମହାପ୍ରଭୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର
ସର୍ବ ସମାହାର ତୁମେ ସନାତନ ସତ୍ଯ ଓ ସୁନ୍ଦର,
ଶ୍ରୀପଦ ପଙ୍କଜେ ଲିପ୍ତ ରହୁ ମନ ମଧୁକର
ହସ୍ତଯୋଡି ଜଣାଉଛି ନମସ୍କାର ପୁନଃ ନମସ୍କାର ।।
