STORYMIRROR

Gouri Panda

Romance

3  

Gouri Panda

Romance

ପୁନେଇଁ ଜହ୍ନ

ପୁନେଇଁ ଜହ୍ନ

1 min
64

ତୋର ମୁହଁ ଟା ପୁନେଇଁ ଜହ୍ନ 

ତୋର ପାଶେ ବନ୍ଧା ମୋର ମନ। 

ତୋ ମୁହଁ ଚକା, ଚକା ଜହ୍ନ 

ତୁ ଉଜ୍ବଳ ପୁନେଇଁ ଜହ୍ନ। 

ତୋତେ ଦିନେ ନ ଦେଖିଲେ ରାଣ

ମୋର କଟେ ନାହିଁ ରାତି, ଦିନ। 

ତୁ ମୋ ହୃଦୟ ପୁନେଇଁ ଜହ୍ନ 

ତୋତେ ରାତିରେ ଦେଖେ ସପନ। 

ତୁ ଆସିବୁ କହ କେଉଁ ଦିନ?

ମନ ଏବେଠୁ ହେଲାଣି ଉଚ୍ଛନ୍ନ। 

ତୋତେ ଦେଇଦେଲି ମୋର ମନ

 ବିକେ ଅବା କିଣେ, ତୁ ଜାଣ। 

ହେଲେ ଶୁଣିଥା ମୋ କଥା ଧନ

ହେବୁନି ଆଉ କାହା ପୁନେଇଁ ଜହ୍ନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance