ପୁଳାଏ ମାଟି
ପୁଳାଏ ମାଟି
ଖୁବ୍ ଚତୁର ଏ ମଣିଷ ଜାତିଟା
ଈଶ୍ୱର ଦତ୍ତ ସବୁକିଛି ଜିନିଷକୁ
ନିଜର ବୋଲି କେବଠୁ
ଦାବି କରି ଆସିଲାଣି
ଈଶ୍ୱରଙ୍କ ଗଛରୁ ନଡ଼ିଆ ତୋଳି
ଈଶ୍ୱରଙ୍କୁ ଲାଞ୍ଚ ଯାଚି ଦେଉଛି
ପାଣି, ପବନ ,ନିଆଁ ଓ
ମହାକାଶକୁ ମଧ୍ୟ ବାଣ୍ଟି ସାରିଲାଣି
ଯେତେଦୂର ନଜର
ସେଇତକ
ଜମି ମୋର ହୋଇଯିବା ଦରକାର
ଗାର ଟାଣି ଗୋଟା ପୃଥିବୀଟାକୁ
ଟିକି ଟିକି ଅଂଶରର ବିଭକ୍ତ କଲାଣି
ପାହାଡ଼, ନଦୀ ,ବାଲି ଏସବୁ
ଭାଗ ବଣ୍ଟା ସାରିଯାଇଛି ପରା
ଏ ପୁଳାଏ ମାଟି ହିଁ ସନ୍ଦେଶ ଦେଉଛି
ସେ ଅଛି ଓ ରହିବ
ତା ପାଇଁ ନାନା ଧର୍ମ ,ପନ୍ଥ ଓ ପ୍ରକ୍ରିୟା
କେତେ ରକ୍ତ ପାତ,ଅଗ୍ନି ସ୍ରୋତ
ଅବିଶ୍ୱାସ ହିଁ ମୂଳ କାରଣ ପାଲଟିଲାଣି
ନଶ୍ୱର ଦେହଟାର ଦୁର୍ବାର ଇଚ୍ଛାଯୁକ୍ତ
କାୟା କୁ ଦେଖୁନାହଁ
ପ୍ରକୃତି ତାର ମଲେ ହିଁ ତୁଟିବ