STORYMIRROR

Balaram Barik

Abstract

2  

Balaram Barik

Abstract

ପୁଳାଏ ମାଟି

ପୁଳାଏ ମାଟି

1 min
122

ଖୁବ୍ ଚତୁର ଏ ମଣିଷ ଜାତିଟା 

ଈଶ୍ୱର ଦତ୍ତ ସବୁକିଛି ଜିନିଷକୁ 

ନିଜର ବୋଲି କେବଠୁ

ଦାବି କରି ଆସିଲାଣି


ଈଶ୍ୱରଙ୍କ ଗଛରୁ ନଡ଼ିଆ ତୋଳି

ଈଶ୍ୱରଙ୍କୁ ଲାଞ୍ଚ ଯାଚି ଦେଉଛି

ପାଣି, ପବନ ,ନିଆଁ ଓ

ମହାକାଶକୁ ମଧ୍ୟ ବାଣ୍ଟି ସାରିଲାଣି


ଯେତେଦୂର ନଜର

ସେଇତକ 

ଜମି ମୋର ହୋଇଯିବା ଦରକାର

ଗାର ଟାଣି ଗୋଟା ପୃଥିବୀଟାକୁ 

ଟିକି ଟିକି ଅଂଶରର ବିଭକ୍ତ କଲାଣି


ପାହାଡ଼, ନଦୀ ,ବାଲି ଏସବୁ 

ଭାଗ ବଣ୍ଟା ସାରିଯାଇଛି ପରା

ଏ ପୁଳାଏ ମାଟି ହିଁ ସନ୍ଦେଶ ଦେଉଛି 

ସେ ଅଛି ଓ ରହିବ

ତା ପାଇଁ ନାନା ଧର୍ମ ,ପନ୍ଥ ଓ ପ୍ରକ୍ରିୟା


କେତେ ରକ୍ତ ପାତ,ଅଗ୍ନି ସ୍ରୋତ

ଅବିଶ୍ୱାସ ହିଁ ମୂଳ କାରଣ ପାଲଟିଲାଣି

ନଶ୍ୱର ଦେହଟାର ଦୁର୍ବାର ଇଚ୍ଛାଯୁକ୍ତ

କାୟା କୁ ଦେଖୁନାହଁ

ପ୍ରକୃତି ତାର ମଲେ ହିଁ ତୁଟିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract