STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ପୁଲକ

ପୁଲକ

1 min
273

ମକରନ୍ଦ ପାନେ ଅଳି ପୁଲକ

ଦେଖି ଆସ ଥରେ ତାର ଝଲକ

ମନରୁ ନ ହେବ ଦୂର

ତା ପୁଲକ ଦେଖି ପୁଲକିତ ନିଶ୍ଚେ

ହୋଇବ ପ୍ରାଣ ତୁମର ।


କଅଁଳ ଶିଶୁର ମୁହଁକୁ ଦେଖ

ଯଦି ଦେଖିବ ଜାଗିବ ପୁଲକ

ସିକ୍ତ ହେବ ଶୁଷ୍କ ପ୍ରାଣ

ଅନୁଭବୀ ଅନୁଭବେ ଆଣିଥାଏ

ଏ କଥା ମନକୁ ଆଣ ।


ଗୋବତ୍ସା ଗୋରସ ମାତୃ ସ୍ତନରୁ

ପାନ କରୁଅଛି କ୍ଷୁଧା ହେବାରୁ

ଦରଶନ କରି ଜାଗେ ପୁଲକ

ସଂସାରୀ ଏ କଥା ଦେଖେ ପ୍ରତ୍ୟକ୍ଷ

ସକଳ ମଙ୍ଗଳକର

ସଂସାରରେ ସାର ଅମୃତ ଗୋରସ

ରଖେ ଜୀବନ ଆମର।


ଦରଶନ କର କଳାଠାକୁର

ପୁଲକ ଜାଗ୍ରତ ହେବ ତୁମର

ଚକା ଆଖିରେ ଲାଖିଯିବ ଆଖି

ଆଖି ତୁମ ଥିବ ଏଥିକି ସାକ୍ଷୀ

ସନ୍ଦେହ ଏଥି ନକର

ଥରେ ଦେଖି ଆସ ଚକାନୟନଙ୍କୁ

ସନ୍ଦେହ ହୋଇବ ଦୂର ।


ଯେତେ ଯେତେ ଯାହା ନେତ୍ର ଦେଖଇ

ପୁଲକ ଜାଗ୍ରତ ହେଉଛି ଯହିଁ

ତହିଁରେ ଦେଖ ପ୍ରଭୁଙ୍କ ପ୍ରକାଶ

ମନ ସନ୍ତୋଷ ହୋଇବ ଅବଶ୍ୟ

ପ୍ରଭୁ ରହି ସବୁଠାରେ

ଭକତ ଜନଙ୍କୁ କରୁଣା କରନ୍ତି

ତୋଷି ଭକତ ତୋଷରେ ।


ପୁଲକ ଜାତ ହୋଇଲେ ଶରୀରେ

ସାତ୍ତ୍ଵିକ ଭାବ ଏ ରଖ ମନରେ

ପୁଲକିତ ପ୍ରାଣ ରାମ ସ୍ବରୂପ

ପ୍ରାଣାରାମଙ୍କ ସ୍ୱରୂପ ଏ ରୂପ

ମନରେ ଏହା ରଖିବ

ପ୍ରାଣାରାମଙ୍କର ରୂପକୁ ହୃଦୟ

କମଳ ମଧ୍ୟେ ଚିନ୍ତିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational