Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

3  

Panchanan Jena

Tragedy

ପତ୍ରଝଡ଼ା ପରେ ପରେ

ପତ୍ରଝଡ଼ା ପରେ ପରେ

1 min
207



ପିଲାବେଳୁ ମୁଁ ଦେଖୁଛି

ସକାଳୁ ଉଠିଲା ବେଳକୁ

ମା' ଅଗଣା ଝାଟୁ ଥିବ

ପହଁରା ଝାଡୁରେ ସଫା କରୁଥିବ ।


ଅଳିଆ କହିଲେ ଗଦେ ଆକାର

ଶୁଖିଲା ଫୁଲ ଡେମ୍ଫ ପତର

କିଛି ମାଟି ଗୋଡ଼ି ବାଲି ମାତର

ସଂଧ୍ୟାରେ ଜଳେଇ ଦିଏ

ଧୂଆଁ ଦିଏ ଗୁହାଳ ଆଗରେ

ମଶା-ଡାଆଁଶ ତଡ଼ିବାକୁ ଭଲ ବିଚାର ।


ମଞ୍ଜିରୁ ଗଜା ବାହାରିଲେ ଚାରା

ଚାରା ରୁ ଚାରି ପତ୍ରିଆ 

ଡେମ୍ଫ ଡେମ୍ଫିଆ ଲମ୍ବିଲା ଧାରା

ମହାଦ୍ରୁମ ଜଗତ ସାରା ।


ଗଛରୁ କଅଁଳିଛି ଡାଳ

ଡାଳରୁ ଗଜୁରିଛି ପତ୍ର

ଅତି ନିବିଡ଼ ସଂପର୍କ ସୂତ୍ର।


ଭାବି ହେଉନି ଆଜି

କୁନି କୁନି ପତ୍ର ରାଜି

ରାଗିକି ଋଷିକି ଡେଇଁ ପଡ଼ିନଥିବ

ଜାଣି ଜାଣି ଡାଳ

ପେଲି ଠେଲି ଦେଇ ନ ଥିବ

ତେବେ କିସ ପାଇଁ

ନିତି ଖସି ପଡ଼େ

ପର୍ବତ ପ୍ରମାଣ ପତ୍ର ଶୁଖିଲା

କଞ୍ଚା କଅଁଳିଆ ଦର ପାକଲା ?


ପୁରୁଣା ଝଡିଲେ ଖସିଲେ 

ସିନା ନୂଆ ବାହାରିବ

ପତ୍ରଝଡା ପରେ ନୂଆ ଯୌବନ

ପରା ଗଜୁରିବ ମୁରୁକିବ


ଋତୁଚକ୍ର ହିଁ ନାମ ଏହାର

ଗଛର ବାର୍ଷିକ ନବ କଳେବର

ପର୍ଣ୍ଣମୋଚୀ ପତ୍ର ସମ୍ମାନ କରେ

ତ୍ୟାଗ ଦେଇ ମରେ ପଛେ

ଅଙ୍କୁରିତ ଆଶୀର୍ବାଦ ସମ୍ଭାର ।


ବଡ଼ ବିଡ଼ମ୍ବନା

ମୋତେ ବୁଝିବାକୁ ଏହି ମର୍ମ ବେଦନା

ପ୍ରକୃତିର ସୂକ୍ଷ୍ମ ତ୍ୟାଗ ବଳିଦାନ ସାଧନା

ଦାଢିରେ ଉଠିଲାଣି

 ଅଳ୍ପ କେତେଟା ଧଳା ବାଳର  

ମୃଦୁମନ୍ଦ ଆଶ୍ଵାସନା ।


Rate this content
Log in

Similar oriya poem from Tragedy