STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ପତିତାର ନିବେଦନ

ପତିତାର ନିବେଦନ

1 min
276

ରଥ ଯାତ୍ରା ଆଜି ଜଗନ୍ନାଥ ଙ୍କର

ସଭିଏଁ ପାଗଳ ଓଡ଼ିଶା ବାସୀ,

ଆଉ ନାହିଁ ଡର କରୋନାର ଭୟ

ମନରେ ଭରିଛି ଭକ୍ତିର ଖୁସି।


ଆଉ ଏକ ରୋଗ ନେଇଣ କାଳିଆ

ଉଭା ଆଜି ରଥେ ବଡ଼ ଦାଣ୍ଡରେ,

ଦେଶ ପ୍ରେମ ଆଜି ରୋଗ ହୋଇ ବ୍ୟାପେ

ଆଶୀର୍ବାଦ ପୁଷ୍ପ ତୋରଣ ଝରେ।


ଏହି ରୋଗ ଏବେ ହେଉ ମହାମାରୀ

ଦେଶ ପ୍ରେମ ବ୍ୟାପୁ ସବୁ ହୃଦରେ,

ଜୀବନ ର ମୋହ ବହୁତ ମାରିଲା

କି ଲାଭ ଯେ ଡରି ପ୍ରତି ଦିନରେ।


ଦେଶ ଆଜି ଛିଡ଼ା ଦେଶର ଆତଙ୍କେ

ଆଭ୍ୟନ୍ତର ଶତୃ ମାରଇ ଗୁଳି,

ଅରାଜକତା ର ଧ୍ୱଜା ଉଡାଇଣ

ରକ୍ତ ରଞ୍ଜିତ ଯେ କରଇ ଧୂଳି।


କାଶ୍ମୀର ପଣ୍ଡିତେ ଏବେବି ଅଫେରା

ସତ କଥା କହି କହ୍ନେଇ ମଲା,

ଏଠି ଜଳେ ନିଆଁ ସେଠି ଉଠେ ଧୁଆଁ

ଶିବ ଶୀରେ ପାଦ ଦିଅନ୍ତି ଭଲା।


ମିଛୁଟାରେ ଦଙ୍ଗା କରନ୍ତି ଗୁଣ୍ଡା ଏ

ସାଥିରେ ଥାଆନ୍ତି ସର୍କାରୀ କଳ,

କେତେ ଝିଅ ବୋହୁ ଇଜ୍ଜତ ହରାନ୍ତି

ଆଇ ଆଇ ଟି.ବାବୁ ହୁଅନ୍ତି ଭୋଳ।


ଓଡ଼ିଶାରେ ଚାଲେ କେତେ ଯେ ଫାରସ

ଯୁବ ପିଢୀ ଆଜି ବିପଦ ଗାମୀ,

ମଦର ଟିକସେ ସର୍କାର ଯେ ଖୁସି

ନିତି ହଣା କଟା ପଡିଲେ ପାଣି।


ଲାଞ୍ଚ ଖାଇ ଖାଇ ପିଢ ପାଲଟନ୍ତି

ଧୋବ ଧୋବଳିଆ ସାହେବ ବାବୁ,

ମାଗଣା ଚାଉଳ ଖାଇ ତୋ ସନ୍ତାନେ

ହରାଇଲେ ଶକ୍ତି ଦୁର୍ବଳ ସବୁ।


ପତିତ ପାବନ ଅନାଥର ନାଥ

ଆହେ ଜଗନ୍ନାଥ ଓହ୍ଲାଇ ଆସ,

କଳା ଧଳା ଘୋଡ଼ା ଅପେକ୍ଷାରେ ଅଛି

ବସି ଥରେ ତୁମେ ଦଉଡ଼ି କଷ।


ଯୁଗେ ଯୁଗେ ତୁମେ ଆସ ଅବତରି

ଶୀଘ୍ର ଆସ ତୁମେ କଳ୍କୀର ରୂପେ,

ପରିତ୍ରାଣ କର ସାଧୁଙ୍କୁ ଧରାରେ

ଧର୍ମ ସଂସ୍ଥାପନା କର ଏ ଯୁଗେ।



Rate this content
Log in

Similar oriya poem from Inspirational