STORYMIRROR

Jagannath Barik

Classics Inspirational

4  

Jagannath Barik

Classics Inspirational

ପତି ପତ୍ନୀ

ପତି ପତ୍ନୀ

1 min
236

ସୁରପୁରେ ପରିଣୟ ପର୍ବ ହୁଏ ସ୍ଥିର

ପତିପତ୍ନୀ ସ୍ନେହ ପ୍ରେମ ମମତା ମନ୍ଦିର |

ନିସର୍ଗ ମାଧୁରୀ ଆଦିରସ ରମ୍ୟ ସର

ଲୌହ ଚୁମ୍ବକ ପରଶ ମଣି ସଦୃଶର |

ଅର୍ଦ୍ଧ ଅଙ୍ଗ ପତି ଅର୍ଦ୍ଧାଙ୍ଗିନୀ ଅଟେ ପତ୍ନୀ

ବଂଶଲତା ସଂରକ୍ଷଣ ସନ୍ତାନ ଉତ୍ପତି |

ସତ ପ୍ରେମ ସତ ଚିନ୍ତା ସାତ୍ତ୍ୱିକ ବନ୍ଧନ

ସଂସାର ପାଳନ ଅର୍ଥେ ବିଧାତା ସୃଜନ |

ଜୀବ ଯେବେ ଭାସୁଥାଏ ଭଵ ଅର୍ଣ୍ଣବରେ

ତରିବା ଭରସା ଥାଏ ବନିତା ନାବରେ |

ସ୍ୱାମୀ ପଦ ନାରୀ ପାଇଁ ଭଵଜଳେ ପୋତ

ହୋଇଥାଏ ନିରାଧାର ବେଦ ଶାସ୍ତ୍ର ପ୍ରୋକ୍ତ |

ଏପରି ଉତ୍ତମ ପତିପତ୍ନୀ ଯହିଁ ମେଳ

ଅୟସରେ ସୁଖେ ଚାଲେ ସଂସାରର ଖେଳ |

ଗୃହ ଲାଗେ ବଇକୁଣ୍ଠ ସମ ମନୋହର

ସତୀ ସ୍ବାଧୀ ପତିବ୍ରତା କୁହୁକ ସ୍ପର୍ଶର |

ସ୍ୱାମୀ ସୁଖେ ସୁଖୀ ସ୍ୱାମୀ ଦୁଃଖେ ହୋଇ ଦୁଃଖୀ

ସ୍ୱାମୀ ଇଷ୍ଟ ସ୍ୱାମୀ ଶ୍ରେଷ୍ଠ ଭାବେ ଶଶୀମୁଖୀ |

ହସିଦେଲେ ଝରିଯାଏ ମଣି ମୁକ୍ତା ରାଶି 

ଭାଷିଦେଲେ ପଦେ କଥା ବ୍ୟଥା ଯାଏ ଭାସି |

ଆଚାରେ ଲକ୍ଷ୍ମୀ ବିଚାରେ ସିଏ ବୃହସ୍ପତି

ବିପଦେ ଭୂଧର ସମ ପରାମର୍ଶେ ମନ୍ତ୍ରୀ |

ସହିବା ପଣେ ଧରଣୀ ରତେ ବେଶ୍ୟା ପରି 

ପୋଷଣରେ ମାତା ସମା ହିତେ ଭଗ୍ନୀ ସରି |

ପତି ଅନୁରୂପେ ହେବ ସ୍ତ୍ରୀ ମନୋହାରକ

ବିଶ୍ୱାସ ଭରସା ବଳ ସୁଖ ପ୍ରଦାୟକ |

ପରସ୍ପର ବୁଝାମଣା ଥିବଟି ଉତ୍ତମ

ସତ ପ୍ରେମ ପାଶେ ଦେଵେ ହୁଅନ୍ତି ପ୍ରଣମ୍ୟ |

କଳିକାଳେ ଏ ଆଦର୍ଶ ଆଜି ବିପରୀତ

ଅଶୀ ପ୍ରତିଶତ ପତି ପତ୍ନୀ କଳୁଷିତ |

ବସ୍ତୁବାଦୀ ଜଗତି କରଣ ଦୁନିଆରେ

ଭାସୁଛନ୍ତି ଅର୍ଥ ସ୍ୱାର୍ଥ ଲୋଭ ଦରିଆରେ |

ପତିବ୍ରତା ସତୀ ପଦ ଅଭିଧାନେ ସ୍ଥିତ

ଲଜ୍ଜା ନାରୀର ଭୂଷଣ ଆଜି ସେ ବିକ୍ରିତ |

ତଥାପି ଏକ ପାଦରେ ଧର୍ମ ଅଛି ରହି

ସତୀ ନାରୀ ସତ୍ୟସାର ପୁଂସ କନ୍ଧେ ମହୀ |

ପାଶ୍ଚାତ୍ୟ ନଗ୍ନ ସଂସ୍କୃତି ସବୁ ଦେଲା ସାରି

ଶିକ୍ଷିତ ଶିକ୍ଷିତା ହେଲେ ସେହି ପୁଛଧାରୀ |

ମହା ଭାରତୀୟ ନର ନାରୀ କର ଲୟ

ସ୍ବଧର୍ମଟି ଶ୍ରେୟ ପର ଧର୍ମ ଭୟାବହ |



Rate this content
Log in

Similar oriya poem from Classics