ପତି ପତ୍ନୀ
ପତି ପତ୍ନୀ
ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସମ
ପତି ପତ୍ନୀ ଯେ ନାମ ତାଙ୍କର,
ତାଙ୍କରି ମିଳନେ ସଦା ହସୁଥାଏ
ସୁଖ ଦୁଃଖ ଭରା ଏ ସଂସାର ।
ଗୋଟିଏ ଡାଳରେ ଦୁଇ ବୃନ୍ତ ରୂପେ
ହୋଇଥାନ୍ତି ସଦା ଠିଆ,
ତାଙ୍କରି ଆଲ୍ହାଦେ ନାଚି ଉଠେ ଆଜି
ଏ ମିଛ ମାୟାର ଦୁନିଆ ।
ଜଣଙ୍କର ପାଇଁ ଆନ ଜଣେ ବନ୍ଧା
ଏ କଥା ସଭିଏଁ ଜାଣି,
ନିଜେ ଜଳି ଜଳି ସଂସାର ମଧ୍ୟରେ
ସୁଖ ଦେଇଥାନ୍ତି ଆଣି ।
ପତିର ସୁଖରେ ପତ୍ନୀ ସୁଖି ହୁଏ
ପତିର ଦୁଃଖରେ ଦୁଃଖୀ,
ଉତ୍ତମ ପତ୍ନୀର ଲକ୍ଷଣ ଏହିଯେ
ଏକା ଚକାଡୋଳା ସାକ୍ଷୀ ।
ସହିଷ୍ଣୁତା, ଧୈର୍ଯ୍ୟ , ସେନେହ ସୋହାଗେ
ପରିବାର ହୁଏ ଗଢ଼ା,
ସେହି ପରିବାର ସ୍ୱର୍ଗ ପରି ଲାଗେ
ଦୁହେଁ ତ ଦୁହିଁଙ୍କ ସାହା ।
ସୁଖ ଦୁଃଖ ଭରା ସଂସାର ଜଂଜାଳ
ଦୁହେଁ ତ ନିଅନ୍ତି ବୋହି,
ହୃଦୟର ଯେତେ ଅକୁହା କାହାଣୀ
ଶୋକ, ଦୁଃଖ ଚାପି ଦେଇ ।
ଜଣଙ୍କର ବିନା ଆନ ଯେ ଅପୂର୍ଣ୍ଣ
ଏକଥା ସଭିଙ୍କୁ ଜଣା,
ପରସ୍ପର ଦୁହେଁ ସ୍ନେହ, ପ୍ରେମ ବାଣ୍ଟି
ନହୁଅନ୍ତି ବାଟ ବଣା ।
ପତି ପତ୍ନୀଙ୍କର ବନ୍ଧନ ଅଟଇ
ସତେ ରାଧାକୃଷ୍ଣ ମୂର୍ତ୍ତି,
ପତଙ୍ଗ ପରାୟେ ନିଜେ ଜଳି ଜଳି
ସୁଖ ପ୍ରୀତି ଢାଳି ଦ୍ୟନ୍ତି ।
ପତିପତ୍ନୀ ନାମ ସାର୍ଥକ ହୁଅଇ
ସଂସାର ସୁଖେ ବାହିଲେ,
ହାତେ ହାତ ରଖି ପାଦେ ପାଦ ରଖି
ଚାଲୁ ଥିଲେ ପଥ ଭଲେ ।
ପତିପତ୍ନୀଙ୍କର ଅପୂର୍ବ ମିଳନେ
ସଂସାରେ ଦିଅନ୍ତି ନବରତ୍ନଟିଏ ଭେଟି,
ସେହି ନବ ରତ୍ନ ନାଆଁ କରେ ପୁଣ
ସନ୍ତାନ ଅଟେ ନାମଟି ।
କ୍ଷଣ ଭଙ୍ଗୁର ଏ ଦୁନିଆଟା ପରା
ନିମିଷକେ ହେବ ଚୁନା,
ସୁସମ୍ପର୍କଟା ଗଢି ହୋଇଥାଏ
ପତିପତ୍ନୀ ମଧ୍ୟେ ଥିଲେ ଉତ୍ତମ ବୁଝାମଣା ।