STORYMIRROR

Sambit Srikumar

Abstract Tragedy Classics

3  

Sambit Srikumar

Abstract Tragedy Classics

ପଥହୁଡ଼ା

ପଥହୁଡ଼ା

1 min
147


                          

ନୀଡ଼ ବାହୁଡ଼ା ପକ୍ଷୀ ଆଉ                       

ମଣିଷ ଭିତରେ କଣ ଯେ' ଫରକ?

ଗୋଧୂଳିରେ ଦୁହେଁ ଫେରନ୍ତି

ନିଜ ନିଜର ନୀଡ଼କୁ ତୁଟାଇ

ଆପଣାର ଦୈନନ୍ଦିନ ଜଞ୍ଜାଳ !

           

ବେଳେ ବେଳେ ଦୁହେଁ ଯାଆନ୍ତି

ପଥହୁଡ଼ି ସନ୍ଧ୍ୟାର ସ୍ତିମିତାଲୋକରେ !

ପକ୍ଷୀଟିଏ ହୁଏତଃ ଫେରିପାରେ

ତା'ର ନୀଡ଼କୁ ଆପଣା ସଙ୍ଗକୁ

ସକାଳର ସୁନେଲି କିରଣରେ !

ମାତ୍ର ପଥହୁଡ଼ା ମଣିଷ

ନା ଫେରି ପାରେ ଆଲୁଅରେ

ଅବା ଅନ୍ଧାରରେ ନିଜର ନୀଡ଼କୁ !

ଥରେ ପଥହୁଡ଼ିଲେ ସେ

ହୋଇଯାଏ ଚିରକାଳ ଅଲୋଡ଼ା

ଆପଣା ପରିଜନ ପାଶରେ !                         

    



Rate this content
Log in

Similar oriya poem from Abstract